ସୁନା ମିଠାଇ ବାଣ୍ଟିଲେ ଚାଷୀ

0

ନୂଆଦିଲ୍ଲୀ : ଭାରତୀୟ ଲୋକମାନେ ଆରମଦାୟକ ଜୀବନ ବିତାଇବା ପାଇଁ ଭଲ ଘର, ଭଲ କାର ଆଦି ଜିନିଷ ବ୍ୟବହାର କରିଥାନ୍ତି। ଧନୀକ ଶ୍ରେଣୀର ଲୋକମାନେ ଭଲ ଦାମୀ କାର ବ୍ୟବହାର କରିଥାନ୍ତି। କିନ୍ତୁ ମହାରାଷ୍ଟ୍ରରୁ ଏଭଳି ଏକ ଖବର ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମହାରାଷ୍ଟ୍ରର ସୁରେଶ ନାମକ ଏକ ଚାଷୀ ଏକ କୋଟିରୁ ଉଦ୍ଦ୍ୱର୍ ଏକ କାର କିଣିଛନ୍ତି। ଏହି ଖୁସିରେ ସୁରେଶ ସୁନାର ପ୍ରଲେପ ମିଠାଇ ବାଣ୍ଟିଥିଲେ ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ସୁରେଶ ଜାଗୁଆର କମ୍ପାନୀର ଏକ କାର କିଣିଥିଲେ। ଏହି କାରରେ ଲୋକମାନଙ୍କ ସୁବିଧା ପାଇଁ ମଲ୍ଟି ଫଂଗସନ, ଅଟୋମେଟିକ କ୍ଲାଇମେଟ କଣ୍ଟ୍ରୋଲ, ଟଚ୍‍ ସ୍କ୍ରିନ, ପାୱର ୱିଣ୍ଡ, ଡିଜିଟାଲ ଲକ୍‍ ଆଦି ସୁବିଧା ରହିଛି।
ଏହି କାରରେ ୨୯୯୩ ସିସି ୮ସ୍ପିଡ ଅଟୋମେଟିକ ଗିୟରବକ୍ସ ରହିଛି। ବର୍ତ୍ତମାନ ଏହି କାରର ମୂଲ୍ୟ ୧.୩ କୋଟି ଟଙ୍କା ରହିଛି।

Leave A Reply