ବିମାନବନ୍ଦରରୁ ପୁଣି ଜବତ ହେଲା ୧୫ ଲକ୍ଷ ଟଙ୍କାର ସୁନା

0

ଭୁବନେଶ୍ୱର : ଆଜି ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୧୫ ଲକ୍ଷ ଟଙ୍କାର ସୁନା ଜବତ ହୋଇଛି । ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଏୟାର ଇଣ୍ଡିଆ ବିମାନରେ ବ୍ୟାଙ୍କକକ୍ ରୁ ଭୁବନେଶ୍ବର ଆସୁଥିବା ୨ ଜଣ ବ୍ୟକ୍ତିଙ୍କଠାରୁ ୪୦୦ ଗ୍ରାମରୁ ଅଧିକ ସୁନା ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ରୂପା ପ୍ରଲେପ ଦେଇ ଜବତ ସୁନାକୁ ଭୁବନେଶ୍ବର ଅଣାଯାଇଥିବା ବେଳେ କଷ୍ଟମ ବିଭାଗ  ଧରିଥିଲା ।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ ପ୍ରାୟ ୩୫ଲକ୍ଷ ଟଙ୍କାର ୧ କେଜିରୁ ଅଧିକ ସୁନା ବିସ୍କୁଟ୍ ଜବତ ହୋଇଥିଲା । ସେହିପରି ଗତ ୧୧ ତାରିଖରେ ମଧ୍ୟ ବିଦେଶୀ ସୁନା ଓ ଟଙ୍କା ଜବତ ଜବତ ହୋଇଥିଲା।

Leave A Reply