ଗ୍ୟାସ୍ ସିଲିଣ୍ଡର ଫାଟି ଶିଶୁ ଆହତ

0

ବାଲେଶ୍ବର: ରୋଷେଇ ଘରେ ଗ୍ୟାସ ସିଲିଣ୍ଡର ଲିକ ହୋଇ ଫାଟି ଯିବାରୁ ଜଣେ ଗୁରୁତର ହୋଇଛି। ଏହା ସହ ପରିବାରର ଅନ୍ୟ ୨ଜଣ ଆହତ ମଧ୍ୟ ହୋଇଥିବା ଜଣାପଡିଛି। ବାଲେଶ୍ବର ଜିଲା ନୀଳଗିରି ଏନ୍ଏସି ଅଞ୍ଚଳରେ ଏହି ଘଟଣା ଘଟିଛି।
ସୂଚନାଯୋଗ୍ୟ ଯେ, ଗୁଡିଖଣିଆ ଗ୍ରାମରେ ରହୁଥିବା ରବି ବିନ୍ଧାଣୀଙ୍କ ପତ୍ନୀ ବୁଧବାର ସକାଳେ ରୋଷେଇ କରୁଥିବା ସମୟରେ ଗ୍ୟାସ ଲିକ ହୋଇ ଫାଟି ଯାଇଥିଲା। ଘରେ ନିଆଁ ଲାଗି ଯିବାରୁ ୬ ମାସର ଶିଶୁ କନ୍ୟା ଗୁରୁତର ହେବା ସହ ରବି ଓ ପତ୍ନୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଶିଶୁଟିକୁ ଆହତ ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Leave A Reply