ଜଙ୍ଗଲରୁ ୨ କ୍ବିଣ୍ଟାଲ ଗଞ୍ଜେଇ ଜବତ

0

ବୌଦ୍ଧ : ବୌଦ୍ଧ ଜିଲା କଣ୍ଟାମାଳ ଶୁଳିଆ ଜଙ୍ଗଲରୁ ୨ କ୍ବିଣ୍ଟାଲର ଗଞ୍ଜେଇ ଜବତ ହୋଇଛି। ଏଥିରେ ସଂପୃକ୍ତ ଥିବା ଜଣକୁ ପୁଲିସ ଗିରଫ କରିଥିବା ବେଳେ ୬ଜଣ ଫେରାର ହୋଇଯାଇଥିବା ଜଣାପଡିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ଲକ୍ଷ ହେବ। ସୂଚନାଯୋଗ୍ୟ ଯେ, ବୁଧବାର ଦିନ ପୁଲିସ ଶୁଳିଆ ଜଙ୍ଗଲରେ ଗଞ୍ଜେଇ କାରବାର ହେଉଥିବା ଖବର କୌଣସି ସୂତ୍ରରୁ ପାଇଥିଲା। ତାପରେ ସେଠାରେ ପୁଲିସ ଚଢାଉ କରି ବସ୍ତାରେ ଭର୍ତ୍ତି କରାଯାଉଥିବା ଗଞ୍ଜେଇ ଜବତ କରିଥିଲା।

Leave A Reply