ଗଞ୍ଜେଇ ଚୋରା ଚାଲାଣ, ୪ ଗିରଫ

0

ସୋରଡା : ଗଞ୍ଜାମ ଜିଲ୍ଲା ସୋରଡା ଅବକାରୀ ବିଭାଗ ଏକ ୪ ଜଣିଆ ଗଞ୍ଜେଇ ବେପାରୀମାନଙ୍କୁ ଧରିବାରେ ସଫଳ ହୋଇଛି। ବେପାରୀମାନେ କନ୍ଧମାଳ ଜିଲ୍ଲାରୁ ବାଇକ ଯୋଗେ ବ୍ରହ୍ମପୁରରୁ ଗଞ୍ଜେଇ ନେଇ ଆସୁଥିବାର ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ତାପରେ ସୋରଡା ତହସିଲଦାର ଓ ଅବକାରୀ ବିଭାଗ ଗାଜଲବାଡ଼ି ନିକଟରେ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଚଢାଉରେ ତହସିଲଦାର ଅମର କୁମାର ବସନ୍ତରାୟ ଓ ଅବକାରୀ ଅଧିକାରୀ ମୋହନ ପ୍ରଧାନ ଓ କର୍ମଚାରୀ ସାମିଲ ଥିଲେ। ଏନେଇ ଥାନାରେ ତିନୋଟି ମାମଲା ରୁଜୁ କରାଯାଇଥିବା ଜଣାପଡିଛି।

 

Leave A Reply