ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ; ୪ ଗିରଫ

0

ରାୟଗଡ଼ା: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ୪୩୩ କେଜି ଗଞ୍ଜେଇ ପୁଲିସ ଜବତ କରିଛି । ଶୁକ୍ରବାର ଗୁଣୁପୁର ଅଞ୍ଚଳର ପାଟିଲବନ୍ଧ ଛକରୁ ଏକ ପାଣି ଟ୍ୟାଙ୍କର ମଧ୍ୟରୁ ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗଂଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଗଞ୍ଜେଇ କିଣି ଅଭିଯୁକ୍ତମାନେ ତାମିଲନାଡୁ ଓ ଦେଶର ଅନ୍ୟ ସ୍ଥାନକୁ ଚାଲାଣ କରୁଥିଲେ । ଚାନ୍ଦିଲି ଥାନା ଅନ୍ତର୍ଗତ କେ ମାଲିଗାଓ ପଞ୍ଚାୟତ ଅନ୍ତର୍ଗତ କାସିଲି ଗାଁ ନିକଟ ପାହାଡିଆ ସ୍ଥାନରେ ଗ୍ରାହକଙ୍କ ଅପେକ୍ଷାରେ ଥିଲେ ବୋଲି ପୁଲିସ କହିଛି ।

Leave A Reply