ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

0

ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି। ମାଲକାନଗିରି ଥାନା ଅନ୍ତର୍ଗତ ଜାଡୁଗୁଡା ଜଙ୍ଗଲରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା। ଏହି ଚଢଉ ବେଳେ ୫୦୦କେଜିର ଗଞ୍ଜେଇ ଜବତ କରାଯାଇଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨.୫କୋଟି । ଏଥିରେ ସଂପୃକ୍ତ ଥିବା ୫ ଜଣ ଅଭିଯୁକ୍ତ ଖସି ପଳାଇବାକୁ ସମର୍ଥ ହୋଇଛନ୍ତି। ଏହି ଗଞ୍ଜେଇ ଛତିଶଗଡକୁ ଚାଲାଣ ହେଉଥିଲା ବୋଲି ଅବକାରୀ ବିଭାଗର ଅଧ୍ୟକ୍ଷ ଅଶୋକ କୁମାର ସେଠ କହିଛନ୍ତି। ପୁଲିସର ସହାୟତା ନିଆଯାଇ ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ଛାନଭିନ କରାଯାଉଛି।

Leave A Reply