ହାଇପ୍ରୋଫାଇଲ୍‍ ଲୁଟିଆ ଗ୍ୟାଙ୍ଗ ଲିଡର ଗିରଫ

0

ନୂଆଦି୍‍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିଠାରୁ ଆରମ୍ଭ କରି ପୁରୀ ରଥଯାତ୍ରାରେ ଭିଡ଼କୁ ଟାର୍ଗେଟ୍‍ କରି ଲୋକଙ୍କୁ ଲୁଟୁଥିବା ଏକ ୬ ଜଣିଆ ଗ୍ୟାଙ୍ଗର ଲିଡରକୁ ପୁଲିସ ଗିରଫ କରିଛି। ପୁରୀ ରଥ ଯାତ୍ରାରୁ ଫେରୁଥିବା ବେଳେ ଜଣେ ସାଥୀଙ୍କ ସମେତ ଗ୍ୟାଙ୍ଗ ଲିଡରକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି।
ଗିରଫ ପରେ ୩୮ ବର୍ଷ ବୟସ୍କ ଗ୍ୟାଙ୍ଗ ଲିଡର ଆସ୍‍ଲାମ୍‍ ଖାନ୍‍ ଦେଇଥିବା ସୂଚନା ଅନୁଯାୟୀ ଗ୍ୟାଙ୍ଗର ସଦସ୍ୟମାନେ ଟାର୍ଗେଟ୍‍ କରିଥିବା ସ୍ଥାନକୁ ପ୍ରଥମେ ବିମାନରେ ଯାଆନ୍ତି। ଯିବା ପୂର୍ବରୁ ପ୍ରଥମ ଶ୍ରେଣୀ ଟ୍ରେନ୍‍ରେ ଫେରନ୍ତା ଟିକଟ୍‍ ଆଗୁଆ ବୁକ୍‍ କରିଥାନ୍ତି। ଚୋରି ସାମଗ୍ରୀ ଆଣିବାରେ ସୁବିଧା ପାଇଁସେମାନେ ଏହି କୌଶଳ ଆପଣେଇଥିବା କହିଛନ୍ତି। ଚୋରି ସାମଗ୍ରୀକୁ ସେମାନେ ଦିଲ୍ଲୀରେ ବିକ୍ରି କରୁଥିବା ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ସେମାନେ ୫୦୦୦ ରୁ ଊଦ୍ଧ୍ୱର୍ ଫୋନ୍‍ ଚୋରି କରିଥିବା ଆସ୍‍ଲାମ୍‍ ସ୍ୱୀକାର କରିଛି। ଗ୍ୟାଙ୍ଗର ସଦସ୍ୟମାନଙ୍କୁ ମାସିକ ୪୦ ହଜାର ଟଙ୍କା ଦରମା ଦିଆଯାଉଥିବା ବେଳେ ସେମାନଙ୍କୁ ପ୍ରତି ମେଳାରୁ ୫୦ରୁ ୬୦ଟି ଫୋନ୍‍ ଲୁଟିବା ପାଇଁ ଟାର୍ଗେଟ୍‍ ଦିଆଯାଉଥିଲା।

Leave A Reply