ବଡରାଇସିଂ ପ୍ରାଥମିକ ବିଦ୍ୟାଳୟର ଦୂରାବସ୍ଥା : ମଦପିଇ ଆସୁଛନ୍ତି ପ୍ରଧାନଶିକ୍ଷକ

0

ମୋହନା : ଗଜପତି ଜିଲା ମୋହନା ବ୍ଲକର ବଡରାଇସିଂ ପ୍ରାଥମିକ ବିଦ୍ୟାଳୟ ଅବବ୍ୟବସ୍ଥା ଘେରରେ ରହିଥିବା ଦେଖିବାକୁ ମିଳିଛି। ୨୦୦୮ରେ ଅବସ୍ଥିତ ଏହି ବିଦ୍ୟାଳୟ ୧ମ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୪୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ମଙ୍ଗଳବାର ସକାଳ ପ୍ରାୟ ୧୦ ଟା ସମୟରେ ମାତ୍ର ୨୦ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଶବର ଅନୁପସ୍ଥିତ ଥିବାବେଳେ ସହକାରୀ ଶିକ୍ଷୟିତ୍ରୀ ଏମଲି କୁଇ କୌଣସି କାରଣରୁ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ଶବର ବାରମ୍ବାର ବିଦ୍ୟାଳୟରେ ଅନୁପସ୍ଥିତ ସାଙ୍ଗକୁ ମଦ ପିଇ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀମାନେ ଆମ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତ ଯୋଗୁଁ ବିଦ୍ୟାଳୟର ପରିଚାଳନା କମିିଟି ସଭାପତି ପ୍ରଶନ୍ନ କୁମାର ନାୟକ ଏ ବିଷୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ସୁଜନ ମଳିକଙ୍କୁ ଜଣାଇବାରୁ ସେ ୨ ଜଣ ସିଆରସିସି ଟଙ୍କଧର ମଳିକ ଓ ନିଳମଣି ମଳିକଙ୍କୁ ବିଦ୍ୟାଳୟର ଅବ୍ୟବସ୍ତାରେ ସମ୍ପର୍କରେ ବୁଝିବା ପାଇଁ ପରିଦର୍ଶନରେ ପଠାଇଥିଲେ। କିନ୍ତୁ ବିଦ୍ୟାଳୟ କୌଣସି ଶିକ୍ଷକ ଉପସ୍ଥିତ ନଥିବାରୁ ଏବଂ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇ ନଥିବାରୁ ଉଭୟ ସିଆରସିସି ଛାତ୍ରଛାତ୍ରୀମାନଙ୍କୁ ବିସ୍କେଟ ଖାଇବାକୁ ଦେଇ ସନ୍ତୁଷ୍ଟ କରାଇଥିଲେ। ୨ ଜଣ ମଧ୍ୟାହ୍ନ ଭୋଜନ ରୋଷେୟା କ୍ଲେମନ୍ତା ନାୟକ ଓ କୁଳିଅନ୍ତା ନାୟକ ନିଜ ପ୍ରତିକ୍ରିୟାରେ ଆମ ପ୍ରତିନିଧିଙ୍କୁ ପ୍ରଧାନ ଶିକ୍ଷକ ବାରମ୍ବାର ବିଦ୍ୟାଳୟରେ ଅନୁପସ୍ଥିତ ସାଙ୍ଗକୁ ମଦ ପିଇ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରୁ ବିରତ କରିବା କହିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଶନ୍ନ କୁମାର ନାୟକଙ୍କୁ କହିଛନ୍ତି, ବାରମ୍ବାର ତାଗିଦ ସତ୍ୱେ ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ଅନୁପସ୍ଥିତ ରହିବା ସହିତ, ମଦ ପିଇ ଆସିବା, ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀମାନଙ୍କୁ ନଦେବା ପରିତାପର ବିଷୟ ବୋଲି କହିଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀ ସୁଜନ ମଳିକ ନିଜ ପ୍ରତିକ୍ରିୟାରେ ସିଆରସିସିଙ୍କ ଅନୁସନ୍ଧାନ ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଦିନକୁ ଦିନ ମୋହନା ଶିକ୍ଷା ବ୍ୟବସ୍ଥାରେ ବିପର୍ଯ୍ୟୟ ଘଟୁଥିବା ବେଳେ ଉପରିସ୍ଥ ଅଧିକାରୀ ଏ ବିଷୟରେ ନିରବ ଦ୍ରଷ୍ଟା ସାଜିବା ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply