ଡିଏସଏସଓ ଏବଂ ଡିସିପିଓଙ୍କ ସ୍ୱତନ୍ତ୍ର ବିଦ୍ୟାଳୟ ପରିଦର୍ଶନ

0

ମୋହନା : ଗଜପତି ଜିଲ୍ଲା ମୋହନାରେ ଅବସ୍ଥିତ ଏକ ମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟକୁ ଡିଏସଏସଓ ରବିନ୍ଦ୍ର ନାଥ ବେହେରା ଏବଂ ଡିସିପିଓ ଅରୁଣ କୁମାର ତ୍ରିପାଠୀ ପରିଦର୍ଶନ କରିଛନ୍ତି। ଉଭୟ ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ପରିବେଶ, ଶୌଚାଳୟ, ଶ୍ରେଣୀ କକ୍ଷ ବୁଲି ଦେଖିବା ସହିତ ବିଦ୍ୟାଳୟର ସମସ୍ତ ପ୍ରକାର ନଥିପତ୍ର ଯାଞ୍ଚ କରିଥିଲେ। ବିଦ୍ୟାଳୟରେ ପାଠ ପଢୁଥିବା ୭୯ ଜଣ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଖାଇବା ପାଇଁ ଥାଳି ଓ ବିସ୍କୁଟ ବଣ୍ଟନ କରିଥିଲେ। ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ ଦେଶାତ୍ମାବୋଧ ସଂଗୀତ ଗାନ କରିଥିଲେ। ବିଦ୍ୟାଳୟର ପରିଚାଳନା କମିଟି ସମ୍ପାଦକ ଦଣ୍ଡାସି ସାହୁ, ଉପଦେଷ୍ଟା ଦୁର୍ଯ୍ୟୋଧନ କରଡାଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply