ନାବାଳିକାକୁ ଗଣ ବଳାତ୍କାର ଅଭିଯୋଗ: ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ

0

ନୀଳଗିରି: ବାଲେଶ୍ୱରର ନୀଳଗିରିରେ ଜଣେ  ଆଦିବାସୀ ନାବାଳିକାକୁ ଗଣ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ପରେ  ପ୍ରଜାକୋର୍ଟରେ ୫ ଅଭିଯୁକ୍ତଙ୍କ ବିଚାର କରାଯାଇ ମରଣାନ୍ତକ ଆକ୍ରମଣ କରା ଯାଇଥିବା ସୂଚନା ମିଳିଛି। ବରହମପୁର ଥାନା ପୁଟିବନ୍ଧ ଗାଁରେ ଏହି  ଘଟଣା ଘଟିଛି ।

ଏବେ ପୀଡିତାଙ୍କର କୌଣସି ଖୋଜ ଖବର ମିଳୁ ନାହିଁ ।,ଅଭିଯୁକ୍ତଙ୍କ ମଧ୍ୟରେ  ପୂର୍ବତନ ଜିଲାପରିଷଦ ସଭ୍ୟ ଧନୀରାମ ସିଂ, ସୁନାରାମ ସିଂ ଓ ସ୍ତ୍ରୀ ଲିଲି, ସୁଶାନ୍ତ ସିଂ, ବାଦଲ ସିଂ ଅଛନ୍ତି । ଗାଁରେ ଉତ୍ତେଜନା ଦେଖି ଦେଇଥିବାରୁ  ପୁଲିସ ଅଭିଯୁକ୍ତମାନଙ୍କୁ ହାଜତରେ ରଖି ତଦନ୍ତ ଆରମ୍ଭ କରିଛି।

Leave A Reply