ଖରା ଦିନିଆ ଜୋତା

0

ଖରାଦିନେ ଗରମ ଓ ଗୁଳୁଗୁଳି ଯୋଗୁଁ ପାଦ ଜଳାପୋଡ଼ା କରିବା ସହ ପାଦରୁ ଝାଳ ବୋହିଥାଏ । ଯେତେ ଆରାମଦାୟକ ପରିସ୍ଥିତିରେ ରହିଥିଲେ ବି ଚିଡ୍‍ଚିଡ଼ା ଲାଗେ। ପାଦର ସୁସ୍ଥତା ସହିତ ଲୋକଙ୍କ ଆବଶ୍ୟକତା ଏବଂ ପସନ୍ଦକୁ ଦୃଷ୍ଟିରେ ରଖି ଏବେ ବଜାରରେ କେତେକ ଷ୍ଟାଇଲିଶ୍‍ ଚପଲ ଓ ଜୋତା ଉପଲବ୍ଧ। ଏହା ବେଶ୍‍ ସୁନ୍ଦର ଦେଖାଯିବା ସହିତ ଆରାମଦାୟକ ମଧ୍ୟ ହୋଇଥାଏ। ଅଫିସ୍‍ରୁ ଆରମ୍ଭ କରି ବିଭିନ୍ନ ପାର୍ଟି ଏବଂ କଲେଜକୁ ପିନ୍ଧି ଯାଇପାରିବେ। ଏହା ସହିତ ନିଜ ପୋଷାକ ସହିତ ମଧ୍ୟ ଖାପଖୁଆଇ ପିନ୍ଧିପାରିବେ।

୧. ଯଦି ଆପଣ ନିଜ ପୋଷାକରେ ଅଧିକ ପରିବର୍ତ୍ତନ ଆଣିବାକୁ ପସନ୍ଦ କରନ୍ତି ନାହିଁ, ତେବେ ଇଣ୍ଡିଗୋ ଫ୍ଲାଟ୍‍ସ ଆପଣଙ୍କ ପାଇଁ ସବୁଠାରୁ ଭଲ ବିକଳ୍ପ ହୋଇପାରେ । ଏହାକୁ ସୂତା ଶାଢି, ସୁଟ୍‍, କୁର୍ତ୍ତା ଏବଂ ଅନ୍ୟ ପୋଷାକଗୁଡିକ ସହିତ ପିନ୍ଧିପାରିବେ।

୨.ସାମାନ୍ୟ ଔପଚାରିକ ବା ଫର୍ମାଲ ଲୁକ୍‍ ପାଇଁ ସମର ପ୍ରିଣ୍ଟ୍‍ସ ଥିବା ମକ୍‍ସିନ ବ୍ୟବହାର କରିପାରିବେ। ସାଦାସିଧା ପୋଷାକ ପାଇଁ ମଧ୍ୟ ଏହା ଭଲ ମାନିଥାଏ ।

୩. ଭାରତୀୟ ପୋଷାକ ପସନ୍ଦ କରୁଥିଲେ ପାଦକୁ ଟିକେ ଅଲଗା ଶୈଳୀରେ ସଜାନ୍ତୁ। ଏଭଳି ରଙ୍ଗିନ ଜୋତା ସାଦା ପୋଷାକକୁ ମଧ୍ୟ ଷ୍ଟାଇଲିଶ୍‍ କରିପାରିବ।

୪. ଭିଡ ଭିତରେ ଅଲଗା ଦେଖାଯିବାକୁ ପସନ୍ଦ କରୁଥିଲେ ସାଦାସିଧା ଫ୍ଲାଟ୍‍ କିମ୍ବା ବେଲି ଷ୍ଟାଇଲର ଚପଲ ବଦଳରେ କାଜୁଆଲ ଜୋତା ବ୍ୟବହାର କରିପାରିବେ। ବଜାରରେ ଏକାଧିକ ଷ୍ଟୋର ସହିତ ଇ-ଷ୍ଟୋର ଗୁଡିକରେ ବି ଏହି ପ୍ରିଣ୍ଟ୍‍ର ଜୋତା ମିଳୁଛି।

୫. ଗତ ବର୍ଷ ବି ଏପରି ରବର ଲୋଫର୍ସ ବେଶ୍‍ ଚଳଣିରେ ଥିଲା। ଏବେ ଏହି ଶୈଳୀର ଜୋତା ଆକର୍ଷକ ଗୁଣବତ୍ତା ଓ ଡିଜାଇନ୍‍ରେ ଉପଲବ୍ଧ ହେଲାଣି। ଡେନିମ୍‍, ହାଫ୍‍ପ୍ୟାଣ୍ଟ ଏବଂ ସ୍କର୍ଟ ସହିତ ଏହାକୁ ପିନ୍ଧିଲେ ସୁନ୍ଦର ଦେଖାଯିବ।

୬. ଯଦି ଆପଣ ହିଲ୍‍ ଚପଲ ପ୍ରିୟ ତେବେ ଖରାଦିନେ କଳା ଏବଂ ମାଟିଆ ରଙ୍ଗକୁ ବାଦ୍‍ ଦେଇ ଗରମରେ ଉପଯୋଗୀ ହଳଦିଆ, ନୀଳ, ଗୋଲାପି, ସବୁଜ ଆଦି ରଙ୍ଗର ହିଲ୍‍ ବାଛନ୍ତୁ। ଏହା ଖୁବ୍‍ ଷ୍ଟାଇଲିଶ୍‍ ଲାଗିବା ସହିତ ପୋଷାକକୁ ମଧ୍ୟ ଆକର୍ଷକ କରିଦେଇପାରେ।

୭. ଖରାଦିନେ ଷ୍ଟାଇଲକୁ ପଛରେ ରଖି ଯଦି ଆରାମକୁ ପ୍ରାଧାନ୍ୟ ଦେଉଥାନ୍ତି ତେବେ ଓପନ୍‍-ଟୋ ସ୍ଲିପର ଆପଣଙ୍କର ପ୍ରଥମ ପସନ୍ଦ ହେବା ଉଚିତ। ଏହାକୁ ଅଫିସ୍‍, ସପିଙ୍ଗ, କଲେଜ ସବୁଆଡେ ପିନ୍ଧି ଯାଇପାରିବେ।

Leave A Reply