ଚପାତି ସ୍ୟାଣ୍ଡବିଚ

0

ଆବଶ୍ୟକ ସାମଗ୍ରୀ
ରୁଟି – ୪ଟି
ବଟର – ୨ଚାମଚ
ପିଜା ଚିଜ – ୨ଚାମଚ
ଟମାଟୋ ସସ – ୨ଚାମଚ
କଟା ପିଆଜ – ୧ଟି
କଟା ସିମଲା ଲଙ୍କା – ୧ଟି
ସିଝା ମକା – ୧କପ
କଟା ସିଝା ଆଳୁ – ୧ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ। ଏହା ଉପରେ ରୁଟି ପକାଇ ଏହାର ଦୁଇ ପଟକୁ ଭଲ ଭାବେ ସେକି ଦିଅନ୍ତୁ। ଏବେ ଆଉ ଏକ ରୁଟି ତାୱା ପକାଇ ସେକନ୍ତୁ। ଏହା ଉପରେ ବଟର ଲଗାନ୍ତୁ। ବଟର ଲଗାଇବା ପରେ ଏହା ଉପରେ ଟମାଟୋ ସସ ଲଗାନ୍ତୁ। ଏହା ପରେ ଚିଜ ଲଗାନ୍ତୁ। ଚିଜ ଲଗାଇବା ପରେ ସିମଲା ଲଙ୍କା, ଆଳୁ, ପିଆଜ, ମକା, ଲୁଣ , ଗୋଲମରିଚ ଗୁଣ୍ଡ ପକାଇ ଚାରି ଆଡ଼େ ଖେଳାଇ ଦିଅନ୍ତୁ। ଏବେ ଏହା ଉପରେ ପୂର୍ବରୁ ସେକିଥିବା ରୁଟି ରଖନ୍ତୁ। ଏହା ଉପରେ ସାମାନ୍ୟ ବଟର ଲଗାଇ ଓଲଟାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚପାତି ସ୍ୟାଣ୍ଡବିଚ। ଏହାକୁ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Leave A Reply