ବିପଦ ସଙ୍କେତ ଡେଇଁଲା ଜଳକା ନଦୀ

0

ବାଲେଶ୍ବର: ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଲେଶ୍ବର ଜିଲାର ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନି ଠାରେ ବିପଦ ସଙ୍କେତ ୫.୫୦ମିଟର ଥିବା ବେଳେ ଶୁକ୍ରବାର ସକାଳ ୬ଟା ସମୟରେ ୫.୮୦ମିଟର ଉପରେ ଜଳ ପ୍ରବାହିତ ହେଉଛି।। ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସ୍ବନ ଓ ଗଙ୍ଗାହାର ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରେମୁଣାର ଅନେକ ଗ୍ରାମରେ ପାଣି ପଶିଯାଇଛି। ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ବସ୍ତାର ଅନେକ ପଞ୍ଚାୟତ ଓ ବ୍ଲକ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

Leave A Reply