ଇଣ୍ଡୋନେସିଆରେ ବନ୍ୟା – ୫୦ ମୃତ, ଅନେକ ନିଖୋଜ

0

ଜକାର୍ତ୍ତା: ଇଣ୍ଡୋନେସିଆର ପାପୁଆ ଅଞ୍ଚଳରେ ଭୀଷଣ ବନ୍ୟାରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଖୋଜ ହୋଇଥିବା ଜଣାପଡିଛି। ଲଗାଣ ବର୍ଷା ଯୋଗୁ ଜୟପୁରା ଜିଲ୍ଲାର ଅନେକ ଅଞ୍ଚଳ ବନ୍ୟା ଜଳ ଘେରରେ ରହିଛି। ସନ୍ଧ୍ୟା ସମୟରେ ବନ୍ୟା ପାଣି ମାଡି ଆସିବାରୁ ଅନେକ ଲୋକ ନିଖୋଜ ହୋଇଛନ୍ତି ଓ ଏ ଯାବତ ସେମାନଙ୍କ ପତ୍ତା ମିଳୁନାହିଁ। ପ୍ରାୟ ୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ବନ୍ୟାରେ ବାସଗୃହ, ଦୋକାନ ଘର ଓ କେତେକ ପୋଲ ଭାସିଯାଇଥିବା ସେଠାକାର ଅପାତକାଳୀନ ସଂସ୍ଥା କହିଛି। ଏଥିରେ ୨୧ ଜଣ ଗୁରୁତର ଆହତ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇତି ମଧ୍ୟରେ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି।

Leave A Reply