ଦାଉଦର ସାନ ଭାଇକୁ ବିରିଆନି ଖାଇବାକୁ ଦେଇ ୫ ପୁଲିସ୍‍ କର୍ମୀ ନିଲମ୍ବିତ

0

ଥାଣେ/ମୁମ୍ବଇ : ଅଣ୍ଡରୱାର୍ଲ୍ଡ ଡନ୍‍ ଦାଉଦ ଇବ୍ରାହିମ୍‍ର ସାନ ଭାଇ ଇକବାଲ କାସକରକୁ ହସ୍ପିଟାଲରେ ‘ସ୍ୱତନ୍ତ୍ର ଆତିଥ୍ୟ’ ଦେବା ଅଭିଯୋଗରେ ମୁମ୍ବଇ ପୁଲିସ୍‍ର ୫ ଜଣ କର୍ମୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ବଳ ପୂର୍ବକ ବଟି ଆଦାୟ ଅଭିଯୋଗରେ ଇକବାଲ କାସକରଙ୍କୁ ଗିରଫ କରାଯାଇଛି। କୋର୍ଟଙ୍କ ନିର୍ଦେଶ ଅନୁସାରେ ଦାନ୍ତ ଏବଂ ରକ୍ତ ସର୍କରାର ଚିକିତ୍ସା ପାଇଁ ଗୁରୁବାର ତାଙ୍କୁ ମୁମ୍ବଇସ୍ଥିତ ଏକ ହସ୍ପିଟାଲରେ ୧୦ ଘଣ୍ଟା ପାଇଁ ଭର୍ତ୍ତିି କରାଯାଇଥିଲା। ଏହି ସମୟରେ ସେ ନିଜ ସାଙ୍ଗ ଓ ପରିବାର ଲୋକଙ୍କୁ ଭେଟିଥିଲେ। ସେ ବରିଆନି ଖାଇବା ସହ ସିଗାରେଟ ବି ଟାଣିଥିଲେ। ଇକବାଲ ହସ୍ପିଟାଲରୁ ଜେଲକୁ ଫେରିବା ବେଳେ ‘ସ୍ୱତନ୍ତ୍ର ଆତିଥ୍ୟ’ ଦେବାରେ ତାଙ୍କୁ ସହଯୋଗ କରିଥିବା ପୁଲିସ୍‍ କର୍ମୀଙ୍କୁ ଟଙ୍କା ବାଣ୍ଟିଥିଲା। ଏହା ପ୍ରଘଟ ହେବା ପରେ ଯୁଗ୍ମ ପୁଲିସ୍‍ କମିଶନର ମଧୁକର ପାଣ୍ଡେ ୫ ଜଣ ପୁଲିସ୍‍ କର୍ମୀଙ୍କୁ ନିଲମ୍ବିତ କରିଛନ୍ତି।
କାସକର ନାମରେ ଅଭିଯୋଗ ରହିଛି ଯେ ସେ ଥାଣେ ଅଞ୍ଚଳର ଅଳଙ୍କାର ବ୍ୟବସାୟୀ ଏବଂ ବିଲ୍ଡର୍ସଙ୍କ ନିକଟରୁ ବଳ ପୂର୍ବକ ୧୦୦ କୋଟି ଟଙ୍କା ବଟି ଆଦାୟ କରି ଦାଉଦ ନିକଟକୁ ପଠାଇଥିଲା।

Leave A Reply