ଉତ୍ସବ ପାଳନ ବେଳେ ଶୂନ୍ୟରେ ଗୁଳି ଫୁଟାଇବା କାଳ ହେଲା

0

ନୂଆଦିଲ୍ଲୀ . – ନୂଆ ବର୍ଷ ଅବସରରେ ବିହାରର ପୂର୍ବତନ  ବିଧାୟକ ନିଶାସକ୍ତ ଅବସ୍ଥାରେ  ଗୁଳି ଫୁଟାଉଥିବା ବେଳେ ଏହି ଗୁଳି ମାଡରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଘଟିବା ସପ୍ତାହେ ନ ପୁରୁଣୁ ଦିଲ୍ଲୀ ଏପରି  ଆଉ ଏକ ଘଟଣାର ପୁନରାବୃତି ହୋଇଛି । ବାପ ଉତ୍ସବ ପାଳନ ପାଇଁ ଗୁଳି ଫୁଟାଉଥିବା ବେଲେ ୮ ବର୍ଷର ପୁଅ ମୁହଁରେ ବାଜିଥିଲା ।

ଗୁରୁତର ଅବସ୍ଥାରେ ୮ ବର୍ଷର ଏହି ବାଳକକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି ।

Leave A Reply