ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଅଗ୍ନିକାଣ୍ଡ

0

ଯାଜପୁର:ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଅଗ୍ନିକାଣ୍ଡ । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବିଦ୍ୟୁତ ସର୍ଟସର୍କିଟରୁ ଘଟିଛି ଏଭଳି ଅଘଟଣ ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।

ଅଗ୍ନିକାଣ୍ଡରେ  କେହି ଆହାତ ହୋଇ ନାହାନ୍ତି  । ବିଳମ୍ବିତ ରାତ୍ରିରେ ପୁରୁଣା କୋଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲେ । ଏ ନେଇ ତୁରନ୍ତ ଅଗ୍ନିଶମ ବାହିନିକୁ ଖବର ଦିଆଯାଇଥିଲା । ସ୍ଥାନୀୟ ମେଡିକାଲ କର୍ମଚାରୀ ଓ ଅଗ୍ନିଶମ ବାହିନିର ମିଳିତ ଉଦ୍ୟମରେ ନିଆଁକୁ ଆୟତ କରାଯାଇଥିଲା ।  ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ତଦନ୍ତ ନିର୍ଦେଶ ଦେଇଛନ୍ତି ।

Leave A Reply