ରକେଟ୍‌ ପରୀକ୍ଷଣ ବେଳେ ଜର୍ମାନ ଜଙ୍ଗଲରେ ଲାଗିଲା ନିଆଁ, ଜରୁରୀ କାଳୀନ ପରିସ୍ଥିତି ଘୋଷଣା

0

ବର୍ଲିନ . –  ଜର୍ମାନର ଇମସ୍‌ଲ୍ୟାଣ୍ଡ ଅଞ୍ଚଳରେ ଏକ ରକେଟ୍‌ ପରୀକ୍ଷଣ ବେଳେ ସେଠାରେ ଥିବା ଜଙ୍ଗଲରେ ଭୀଷଣ ନିଆଁ ଲାଗିଯାଇଥିଲା । ଏହାପରେ ପ୍ରାୟ ୨ ସପ୍ତାହ ଧରି ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି । ଜଙ୍ଗଲର ନିଆଁ ଉପରେ ନିୟନ୍ତ୍ରଣ କରାଯାଇ ପାରୁ ନ ଥିବାରୁ ଜଙ୍ଗଲ ପାଖ ଆଖରେ ଥିବା ଗ୍ରାମଗୁଡିକୁ ପ୍ରାୟ ୧୦୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଏଠାରେ ଜର୍ମାନ ସେନାର ଏକ ତାଲିମ କେନ୍ଦ୍ରରେ ରକେଟ୍‌ ପରୀକ୍ଷଣ ବେଳେ ଜଙ୍ଗଲରେ ନିଆଁ ଲାଗିଯାଇଥିଲା । ସେଠାର ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଲାଗିଛନ୍ତି । ୬୨ ମାଇଲ ଧରି  ଜଙ୍ଗଲରେ ନିଆଁ ଲାଗିଛି । ଏହାକୁ ଜର୍ମାନ ସରକର ଏକ ଜରୁରୀ କାଳୀନ ପରିସ୍ଥିତ ଘୋଷଣା କରିଛନ୍ତି । ସେଠାରେ ସେନାଅଧିକାରୀମାନେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।

Leave A Reply