ମୋବାଇଲ ଟାୱାରରୁ ଅଗ୍ନିକାଣ୍ଡ, ଜଳିଗଲା ଘର; ଅଳ୍ପକେ ବର୍ତ୍ତିଲେ ୩ ଶିଶୁ

0

ରାଉରକେଲା: ମୋବାଇଲ ଟାୱାରରୁ ନିଆଁ ଲାଗି ଗୋଟିଏ ପରିବାର ସର୍ବସ୍ବାନ୍ତ ହୋଇଛନ୍ତି । ରବିବାର ଭୋରରୁ ଏହି ଅଘଟଣ ଘଟିଛି । ସାରନଗରୀସ୍ଥିତ ରଙ୍ଗିଲା ଛକ ନିକଟରେ ଥିବା ଏକ ମୋବାଇଲ ଟାୱାରରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ଟାୱାର ନିକଟରେ ଥିବା ଜଗୁଆଳ ହରବିନ୍ଦର ଯାଦବଙ୍କ ଘରକୁ ନିଆଁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଘର ଜଳିଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଚିତ୍କାର ଶୁଣି ସ୍ଥାନୀୟଲୋକ ଘରେ ଥିବା ୩ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଘରେ ଥିବା ୫ ହଜାର ଟଙ୍କା ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଅନ୍ୟାନ୍ୟ ଆସବାବ ପତ୍ର ଜଳି ପାଉଁଶ ହୋଇଯାଇଛି । ଟାୱାର କମ୍ପାନୀ ପକ୍ଷରୁ ସଂପୃକ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ସ୍ଥାନୀୟଲୋକ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛି ।

Leave A Reply