ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ

0

ଗୋପ: ବୁଧବାର ସକାଳ ୭ଟା ସମୟରେ ନିମାପଡା ଥାନା ତୁଳସୀପୁର ପଞ୍ଚାୟତ ଭଇଁଚି ଗୋରଡି ଗ୍ରାମରେ  ବିଦ୍ୟୁତ ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟି ୪ବଖରା ଘର ଭସ୍ମୀଭୂତ ହୋଇଯାଥିବା ଜଣାପଡିଛି । ସୂଚନା ଅନୁଯାୟୀ ବୁଧବାର ସକାଳେ ଭଇଁଚିଗୋରଡି ଗ୍ରାମର ବଂଶୀଧର ସାହୁ ଓ ତାଙ୍କ ଭାଇ ଭୋବନି ସାହୁଙ୍କ  ଚାଳରେ ନିଆଁ ଲାଗିଯାଇ ଥିଲା । ଖବର ପାଇ ନିମାପଡା ଦମକଳ କେନ୍ଦ୍ର,କାକଟପୁର ଦମକଳ କେନ୍ଦ୍ର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଏହି ଅଗ୍ନିକାଣ୍ଡରେ ବଂଶୀଧର ଓ ତାଙ୍କ ଭାଇ ଭୋବନିଙ୍କର ୪ ବଖରା ଘର ଭସ୍ମୀଭୂତ ହୋଇଯାଇଛି ।ଏହି ଅଗ୍ନିକାଣ୍ଡରେ ଆନୁମାନିକ ୨ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି ।

Leave A Reply