ଟିଟାନିୟମ କମ୍ପାନୀରେ ଅଗ୍ନିକାଣ୍ଡ

0

ବ୍ରହ୍ମପୁର: ଗୁରୁବାର ଭୋର ପ୍ରାୟ ୫ ଟାରେ ଛତ୍ରପୁର ସ୍ଥିତ ଟିଟାନିୟମ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଛତ୍ରପୁର ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ନିଆଁଲିଭା କାର୍ୟ୍ୟରେ ଅଗ୍ନିଶମ ବିଭାଗ ଅଧିକାରୀ ବି.ପି ପ୍ରଧାନଙ୍କ ନେତୃତ୍ୱରେ ଆର.କେ ନାୟକ,ଏ.ଆର୍ ନାୟକ,ଆର୍.ମାନସିଂହ,ଟି.କେ ବେହେରା,ଏସ.ଏନ୍ ଆଚାରୀ,ଏସ.ମହାଲିକ,ଏଚ୍.ଏନ୍ ବାରିକ୍, କେ.ଏସ୍ ପରିଡ଼ା,ଏନ.କେ ବେହେରା ପ୍ରମୁଖ ସାମିଲ୍ ଥିଲେ । ନିଆଁ ଲିଭାଇବାକୁ ଦୀର୍ଘ ସମୟ ଲାଗିଥିଲା ।

Leave A Reply