ଜଳିଗଲା ଟାଟା ମ୍ୟାଜିକ୍ ; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

0

ପାଟଣା :  ପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଟାଟା ମ୍ୟାଜିକ୍ ଧାନବେଣୀ ନିକଟରେ ଜଳିଯାଇଛି। ଏହି ଘଟଣା ମଙ୍ଗଳବାର ଅପରାହ୍ନ ଗୋଟାଏ ପାଖାପାଖି ଘଟିଛି। ଶିଶୁ ମନ୍ଦିର ଛୁଟି ହେବା ପରେ ଛାତ୍ରଛାତ୍ରୀଙ୍କୁ ଘରକୁ ଛାଡିବା ପାଇଁ ଯାଉଥିବା ସମୟରେ ଧାନବେଣୀ ନିକଟରେ ରାସ୍ତାରେ ସଟ୍ ସର୍କିଟ କାରଣରୁ ଟାଟା ମ୍ୟାଜିକଟି ଜଳିଯାଇଥିବା ଜଣାପଡିଛି। ଖବର ପାଇ ପାଟଣା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଛି। କିନ୍ତୁ ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

Leave A Reply