ଅଗ୍ନିକାଣ୍ଡରେ ୪ଟି ପରିବାର ସର୍ବସ୍ବାନ୍ତ ; ଜଳିଗଲା ୮ ବଖରା ଘର

0

ରାୟଗଡ଼ା : ରାୟଗଡା ଜିଲା ନାଇଡା ହରିପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୮ ବଖରା ଘର ଜଳି ଯାଇଛି । ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ଜଳି ନଷ୍ଟ ହୋଇଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ୪ଟି ପରିବାର ସର୍ବସ୍ବାନ୍ତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତରେ ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Leave A Reply