ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର

0

ସୁଆଣ୍ଡୋ: ପୁରୀ ଜିଲା ଡେଲାଙ୍ଗ ଥାନା ଅନ୍ତର୍ଗତ ସଂହ ବ୍ରହ୍ମପୁର ଗ୍ରାମର ଶମ୍ଭୁନାଥ ପ୍ରଧାନଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଦୁଇ ବଖରା ଘର ପୋଡି ଭସ୍ମ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ, ମାଣବସା ଗୁରୁବାର ଦିନ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଜଳି ଉଠିଥିଲା । ପରିବାର ଲୋକମାନେ ଭୟଭୀତ ହୋଇ ବାହାରକୁ ପଳେଇ ଆସି ଅନ୍ୟମାନଙ୍କୁ ଡାକ ପକେଇଥିଲେ । ସେମାନଙ୍କ ଚିତ୍କାର ଶୁଣି ଗ୍ରାମର କେତେ ଜଣ ଲୋକ ଘଟଣାସ୍ଥଳରେ ପହଞ୍ଚି ଥିଲେ ହେଁ ସିଲିଣ୍ଡର ଫାଟି ଯିବା ଭୟରେ ପାଖକୁ ଯାଇ ପାରିନଥିଲେ । ଚାହୁଁଚାହୁଁ ଅଳ୍ପ ସମୟ ମଧ୍ୟରେ ସିଲିଣ୍ଡରଟି ଭୀଷଣ ଶଦ୍ଦ କରି ଫାଟି ଯାଇଥିଲା । ପ୍ରବଳ ବେଗରେ ନିଆଁ ଉପରକୁ ଉଠି ଘର ଚାଳକୁ ଲାଗିଗଲା । ଖବରପାଇ ଡେଲାଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସିଲିଣ୍ଡର ମାଡରେ ପଡୋଶୀ ଲୋକଙ୍କର ଘର କେତେକାଂଶରେ କ୍ଷତିଗ୍ରସ୍ତ ହୋଇଛି । ଆରଆଇ ବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିବା ଜଣାପଡିଛି ।

Leave A Reply