ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ୪ ବିଜେଡି ନେତାଙ୍କ ନାମରେ ମାମଲା ରୁଜୁ

0

ପୁରୀ: ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗରେ ସଚେତନ ନାଗରିକ ମଞ୍ଚ ଅରଖକୁଦା ମେରାଇନ ଥାନାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ଅନ୍ୟ ୪ ନେତା ମନ୍ତ୍ରୀ ମହେଶ୍ୱର ମହାନ୍ତି, ପ୍ରଦୀପ ମହାରଥୀ, ସାଂସଦ ପିନାକୀ ମିଶ୍ର ଓ ବିଧାୟକ ସଂଜୟ ଦାସବର୍ମା ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ପୂର୍ବରୁ ପୁରୀ ଏସ୍‌ପିଙ୍କ ନିକଟରେ ମଞ୍ଚ ପକ୍ଷରୁ ଏହି ଅଭିଯୋଗ କରିଥିଲେ । ତେବେ ପୁରୀ ଏସ୍‌ପି ତାଙ୍କୁ ସଂପୃକ୍ତ ଅଞ୍ଚଳରେ ଥିବା ମେରାଇନ୍‌ ଥାନାରେ ଅଭିଯୋଗ କରିବାକୁ କହିଥିଲେ।

Leave A Reply