ଫିଫା ବିଶ୍ୱକପ୍ : ଆସନ୍ତାକାଲିଠାରୁ  କ୍ୱାର୍ଟର ଫାଇନାଲ

0

ମସ୍କୋ :  ଫିଫା ବିଶ୍ୱକପ – ୨୦୧୮ର କ୍ୱାର୍ଟର ଫାଇନାଲ ମ୍ୟାଚ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି।

ଉରୁଗୁଏ ଏବଂ ଫ୍ରାନ୍‍ସ ମଧ୍ୟରେ ସନ୍ଧ୍ୟା ୭.୩୦ରେ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ସେହପରି ବ୍ରାଜିଲ ଓ ବେଲ୍‍ଜିୟମ୍‍ ମଧ୍ୟରେ ଦ୍ବିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ରାତି ୧୧.୩୦ରେ ଅନୁଷ୍ଠିତ ହେବ।

ସେହିପରି ଶନିବାର  ସ୍ୱିଡେନ୍‍ ଓ ଇଂଲଣ୍ଡ  ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ଏବଂ  ରୁଷିଆ ଓ  କ୍ରୋଏସିଆ   ମଧ୍ୟରେ ଚତୁର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ।

ଅନ୍ୟପକ୍ଷ​‌ରେ ମଙ୍ଗଳବାର ୧୦ ତାରିଖ ଓ ବୁଧବାର ୧୧ତାରିଖ ଦିନ ସେମିଫାଇନାଲ୍‍ ମ୍ୟାଚ୍‍ ଖେଳାଯିବ। ତୃତୀୟ ସ୍ଥାନ ପାଇଁ ୧୪ ତାରିଖ ଦିନ ଏବଂ ଫାଇନାଲ୍‍ ମ୍ୟାଚ୍‍ ୧୫ ତାରିଖରେ ଅନୁଷ୍ଠିତ ହେବ।

କ୍ୱାର୍ଟର ଫାଇନାଲ ଖେଳ ସୂଚୀ

ତାରିଖ      ମ୍ୟାଚ୍‍                ସମୟ
୬ା୭   ଉରୁଗୁଏ-ଫ୍ରାନ୍‍ସ      ସନ୍ଧ୍ୟା ୭.୩୦
୬ା୭   ବ୍ରାଜିଲ-ବେଲ୍‍ଜିୟମ୍‍   ରାତି ୧୧.୩୦
୭ା୭   ସ୍ୱିଡେନ୍‍- ଇଂଲଣ୍ଡ     ସନ୍ଧ୍ୟା ୭.୩୦
୭ା୭  ରୁଷିଆ-କ୍ରୋଏସିଆ    ରାତି ୧୧.୩୦
Leave A Reply