କାଚ ପୋଲ ଉପରେ ହେଲା ଭୋଜି

0

ନିକଟରେ ଚୀନ୍‌‌ର ବିଭିନ୍ନ ପ୍ରାନ୍ତରେ ଡ୍ରାଗନ୍ ବୋଟ୍ ଫେଷ୍ଟିଭାଲ ବେଶ୍ ଜାକଜମକରେ ପାଳିତ ହୋଇଛି। ଏହି ଉତ୍ସବ ସେଠାରେ ହଜାରବର୍ଷ ପୁରାତନ ବୋଲି ସ୍ଥାନୀୟ ଲୋକଙ୍କ ମତ। ଡ୍ରାଗନ୍ ଉତ୍ସବର ଅନ୍ୟତମ ବିଶେଷତ୍ବ ହେଉଛି, ଉତ୍ସବପାଳନର ଶେଷ ଦିନ ବିଭିନ୍ନ ସମ୍ପ୍ରଦାୟର ଲୋକେ ଭିନ୍ନଭିନ୍ନ ସ୍ଥାନରେ ଦ୍ବିପହର ଭୋଜନ କରିବେ। ଏବର ଧାଁଧଉଡ଼ ଜୀବନଶୈଳୀରେ ଲୋକେ ଅଧିକ ଯୋଜନା ନ କରି ନିଜ ଘରେ କିମ୍ବା ଛାତ ଉପରେ ହିଁ ଭୋଜିର ଆୟୋଜନ କରୁଥିବାର ଦେଖାଯାଇଛି। ହେଲେ ସେଠାକାର ୟାଓ ସମ୍ପ୍ରଦାୟର ଲୋକେ ଏଥରକ ଭିନ୍ନ ପଦକ୍ଷେପ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। କାରଣ ସେମାନେ କାଚର ପୋଲ ଉପରେ ବସି ସପରିବାର ଭୋଜନର ମଜା ନେଇଥିଲେ।

ଚୀନର ଉତ୍ତର-ପ୍ରାନ୍ତରେ ଥିବା କାଚର ପୋଲ ଉପରେ ଏହି ଭୋଜିରେ ମୋଟ୍ ୧୫୦୦ ଲୋକ ସାମିଲ ହୋଇଥିଲେ। କେବଳ ଉତ୍ସବ ପାଳନ ନିମନ୍ତେ ସେଦିନ ପୋଲ ପର୍ଯ୍ୟଟକଙ୍କ ନିମିତ୍ତ ବନ୍ଦ ଥିଲା। ପୂର୍ବରୁ ପ୍ରସ୍ତୁତ ହୋଇଥିବା ବ୍ୟଞ୍ଜନକୁ ପରସ୍ପର ସହାୟତାରେ ପରଷି ସମସ୍ତେ ଖାଇଥିଲେ। ଭୋଜନ ଶେଷ ପରେ ଲୋକଙ୍କ ମତ ଥିଲା, ଏହି ଅନୁଭୂତି ସମ୍ପୂର୍ଣ୍ଣ ନିଆରା। କାରଣ ୨୫୦ମିଟର ଉପରେ ଥିବା ଏଇ କାଚପୋଲରେ ବସିବାବେଳକୁ ଶରୀର ଥରି ଉଠୁଥାଏ ଓ ଲୋମ  ଟାଙ୍କୁରି ଯାଉଥିଲା।

 

Leave A Reply