ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ଚାଷୀ

0

କଟକ : ମଣ୍ଡିରେ ଧାନ କିଣା ଯିବା ପ୍ରତିଶ୍ରୁତି ମିଳିବ ପ​‌ରେ ଚାଷୀମାନେ ଧାରଣାରୁ ଉଠିଛନ୍ତି । ଧାନମଣ୍ଡିରୁ ଧାନ କିଣା ନଯିବା କାରଣରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପଇଥିଲା । ଦୀର୍ଘ ଦିନ ଧରି ମଣ୍ଡି​‌ରେ ଧାନ ପଡି ରହିଥିବା ପ୍ରତିବାଦରେ ଚାଷୀମାନେ ରବିବାର ମାଲକାନଗିରି ଓ ଜୟପୁର ରାସ୍ତାର ପଦ୍ମଗିରି ଛକରେ ଧାରଣାରେ ବସିଥିଲେ । ଜିଲ୍ଲାପରିଷଦ ସଭାପତି ଦଶରଥ ପଡ଼ିଆମୀ ଏହି ଧାରଣାରେ ସାମିଲ ହୋଇଥିଲେ । ପରେ ଜିଲା ପ୍ରଶାସନ ସେଠାରେ ପହଞ୍ଚି ମଣ୍ଡରେ ଧାନ କିଣା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ମିଳିଲା ପରେ ଚାଷୀମାନେ ଧାରଣାରୁ ଉଠିଛନ୍ତି ।

 

Leave A Reply