ବୀମା ତାଲିକା ସଂଶୋଧନ ଦାବିରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

0

ବରଗଡ଼: ତ୍ରୁଟିପୂର୍ଣ୍ଣ କ୍ରପ କଟିଙ୍ଗ ରିପୋର୍ଟ ଯୋଗୁଁ ବରଗଡ଼ ଜିଲାର ଚାଷୀମାନେ ଫସଳ ବୀମା କରି ସୁଦ୍ଧା ଉପଯୁକ୍ତ କ୍ଷତିପୂରଣ ପାଇ ପାରି ନାହାନ୍ତି ବୋଲି ବରଗଡ଼ ଜିଲାର ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି । ଏହା ସହିତ ସରକାର ଚାଷୀଙ୍କ ପରିବର୍ତ୍ତେ ବୀମା କମ୍ପାନିକୁ ଅଧିକ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ କରି ଆଜି ବରଗଡ଼ ଠାରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଞ୍ଚଳିକ କୃଷକ ସଙ୍ଗଠନର ସଭାପତି ଜୟକୃଷ୍ଣ ସାହୁ ଓ ସମ୍ପାଦକ କିଶୋର ଚନ୍ଦ୍ର ଦେବତାଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ କୃଷକ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜଣାଇଥିଲେ। ସହରରେ ବ୍ୟାପକ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛି । ତେବେ ଏ ପର୍ୟ୍ୟନ୍ତ ବିକ୍ଷୋଭ ଶାନ୍ତି ପୂର୍ଣ୍ଣ ରହିଥିବା ସୂଚନା ମିଳିଛି। ମୁଖ୍ୟତଃ ଚାଷୀମାନେ ତ୍ରୁଟିପୂର୍ଣ୍ଣ ଫସଲ ବୀମା କ୍ଷତିପୂରଣ ତାଲିକାର ସଂଶୋଧନ, ପଞ୍ଚାୟତୱାରୀ ଚୂଡ଼ାନ୍ତ କ୍ଷତିପୂରଣ ତାଲିକା ପ୍ରକାଶ ସହ କ୍ଷତିପୂରଣ ପ୍ରଦାନ ଦାବି କରୁଛନ୍ତି ।

Leave A Reply