କେନ୍ଦ୍ରାପଡ଼ାରେ ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁ ଗୁରୁତର

0

କେନ୍ଦ୍ରାପଡ଼ା: ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ କେନ୍ଦ୍ରାପଡ଼ା ପୁଲିସ ଏନକାଉଣ୍ଟରର ଶିକାର ହୋଇଛନ୍ତି। ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିର-ବୌଦ୍ଦ ରାସ୍ତାର ସିରିଂ ଛକରେ ରବିବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ଘଟିଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଦେବୀ ପ୍ରସାଦ ଦାସ ଓରଫ ଲିଟୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଲିଟୁଙ୍କ ନାଁରେ କଟକ, କେନ୍ଦ୍ରାପଡ଼ା, ଯାଜପୁର ଏବଂ ଜଗତସିଂହପୁର ଜିଲାର ବିଭିନ୍ନ ଥାନାରେ ବଟି ଆଦାୟ, ହତ୍ୟା ଏବଂ ବୋମାମାଡ଼ ଭଳି ପାଖାପାଖି ୨୬ଟି ମାମଲା ରହିଛି। କିଛିମାସ ତଳେ ସେ ଏକ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ଗତ ୧୬ ତାରିଖରେ ଜେଲରୁ ଫେରିଥିଲେ। ସୂଚନାଯୋଗ୍ୟ, ଗତ ସପ୍ତାହରେ ଅନ୍ୟ ଜଣେ ଅପରାଧୀଙ୍କୁ ପୁଲିସ ଏନକାଉଣ୍ଟର କରିଥିଲା।

Leave A Reply