ଏନ୍‍କାଉଣ୍ଟରରେ ଲାଲା ଆହତ

0

କେନ୍ଦ୍ରପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ପୁଲିସ୍‍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍‍ ମୋଜାମିଲ୍‍ ଓରଫ ଲାଲା ଆହତ ହୋଇଛି। ତାକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ୍‍କୁ ସ୍ଥାନାନ୍ତର କରାଯାଇଛି। ୨୦୧୬ରେ ସଂଗଠିତ ଏକ ହତ୍ୟାକାଣ୍ଡରେ ଲାଲାର ସମ୍ପୃକ୍ତି ଅଭିଯୋଗ ଥିଲା। କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାର ବିଭିନ୍ନ ଥାନାରେ ଲାଲା ନାମରେ ଏକାଧିକ ଅପରାଧିକ ଘଟଣା ରହିଥିବା ଜଣାପଡ଼ିଛି।

Leave A Reply