ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

0

ନୟାଗଡ଼: ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦୋରା ଆହତ ହୋଇଛି। ତା ନିକଟରୁ ଏକ ମାଉଜର ଓ ୫ଟି ଗୁଳି ଜବତ କରାଯାଇଛ। ରବିକୁ ଗିରଫ କରିବାକୁ ପୁଲିସର ଏକ ଟିମ୍‌ ଯାଇଥିଲା। ରଣପୁର ଥାନା ଅନ୍ତର୍ଗତ ଦର୍ପନାରାୟଣପୁର ବାପୁଜୀ ଜଙ୍ଗଲ ନିକଟରେ ପୁଲିସକୁ ଦେଖି ରବି ଗୁଳି ଚଳାଇଥିଲା। ଏଥିରେ ରଣପୁର ଥାନା ଆଇଆଇସି ଗିରିଜା ଶଙ୍କର ରଥ ଆହତ ହୋଇଥିବା ଜଣାପଡ଼ିଛି। ଏହାପରେ ପୁଲିସ ପାଲଟା ଗୁଳିଚାଳନା କରିଥିଲା। ରବିର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ନୟାଗଡ଼ ଡାକ୍ତରଖାନା ଓ ପରେ କଟକ ବଡ଼ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି। ରବି ନାମରେ ଅନେକ ହତ୍ୟା ଓ ଡକାୟତି ମାମଲା ରହିଥିବା ଜଣାପଡ଼ିଛି। ରାଜସୁନାଖଳାର ଶ୍ରବଣ କୁମାର ବାରିକ ନାମକ ଜଣେ ଅଟୋଚାଳକକୁ ଗତ ଫେବୃଆରି ୨୬ ତାରିଖରେ ହତ୍ୟା କରିଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ରବିକୁ ଧରିବାକୁ ପୁଲିସ ୪ଟି ଟିମ୍‌ ଗଠନ କରିଥିଲା।

Leave A Reply