ବଜରଙ୍ଗ ଦଳ ନେତାଙ୍କୁ ପିଟିଲେ, ଭିଡିଓ ଭାଇରାଲ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଆଗ୍ରାଠାରେ ହିନ୍ଦୁବାଦୀ ସଂଗଠନ ବଜରଙ୍ଗ ଦଳର ଜଣେ ନେତାଙ୍କୁ ସର୍ବସାଧାଣରେ ପିଟାଯିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏହାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ନେତାଙ୍କୁ ଆଗ୍ରା ନଗର ନିଗମର କର୍ମଚାରୀମାନେ ପିଟିଛନ୍ତି। ଘଟଣାସ୍ଥଳରେ ପୁଲିସ୍‍ ଉପସ୍ଥିତ ଥିଲେ ବି ନେତାଙ୍କୁ ବଞ୍ଚାଇବା ପାଇଁ କିଛି କରିନଥିଲା।
ସୂଚନା ଅନୁସାରେ ଆଗ୍ରା ତାଜଗଞ୍ଜ ଅଞ୍ଚଳରେ ଅବୈଧ କବଜା ମାମଲା ନେଇ ବଜରଙ୍ଗ ଦଳ ନେତା ଗୋବିନ୍ଦ ପରାଶର ଗୁରୁବାର କିଛି ମହିଳାଙ୍କୁ ନେଇ ନଗର ନିଗମ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଦାବିପତ୍ର ପ୍ରଦାନ ପରେ ସହାୟକ ନଗର ଅୟୁକ୍ତ ଅନୀଲ କୁମାରଙ୍କ ସହ ତାଙ୍କର ବଚସା ହୋଇଥିଲା। ଖବର ପାଇ ପୁଲିସ୍‍ ସେଠାରେ ପହଞ୍ଚି ଗୋବିନ୍ଦଙ୍କୁ ବୁଝାଇସୁଝାଇ ନେଇ ଆସିଥିଲେ। ମାତ୍ର ବାଟରେ ହଠାତ୍‍ କର୍ମଚାରୀମାନେ ପୁଲିସ୍‍ ନିକଟରୁ ଗୋବିନ୍ଦଙ୍କୁ ଛଡ଼ାଇ ନେଇ ନିର୍ଧୁମ ପିଟିଥିଲେ।

Leave A Reply