ଘର ଭାଙ୍ଗି ବସ୍ତା ବସ୍ତା ଧାନ ଖାଇଲା ଦନ୍ତା ହାତୀ

0

ଅନୁଗୁଳ : ଛେଣ୍ଡିପଦା ବନଖଣ୍ଡ ପାତ୍ରପଡା ପଞ୍ଚାୟତରେ ଶୁକ୍ରବାର ବିଳମ୍ବିତ ରାତିରେ ଦନ୍ତା ହାତୀ ପଶି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବିଳମ୍ବିତ ରାତିରେ ଦନ୍ତାହାତୀଟି ପୁରୀ ଦେହୁରୀଙ୍କ ପରିବାର ଶୋଇଥିବା ବେଳେ ଚାଳ ଘର ଭାଙ୍ଗି ଘର ଭିତରୁ ୩ଟି ଧାନ ବସ୍ତା ଖାଇବା ସହିତ ବ୍ୟାପକ ନଷ୍ଟ କରିଛି । ଏହା ସହ ବାଡିରେ ପଶି ପରିବା ନଷ୍ଟ କରିଛି । ହାତୀ ଭୟରେ ଲୋକମାନେ ସନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ପାତ୍ରପଡାରେ ହୋଇଥିବା ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତି ରାଶି ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରେଞ୍ଜର ଦୁର୍ଗାଚରଣ ସାହୁ ପ୍ରକାଶ କରିଛନ୍ତି ।

Leave A Reply