ଅନୁଗୁଳରେ ହାତୀ ମୃତ୍ୟୁ

0

ଅନୁଗୁଳ: ଅନଗୁଳ ବନଖଣ୍ଡ କରତ ପଟା ବିଟ ଅଧୀନରେ ଥିବା ହିଂସାଲୋଇ ଗ୍ରାମ ନିକଟରେ ଏକ ହାତୀର ମୃତ୍ୟୁ ଘଟିଛି। ବୟସାଧିକ ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ବନ କର୍ମଚାରୀ କହିଛନ୍ତି। ବୁଧବାର ରାତି ପ୍ରାୟ ୧୧ଟା ସମୟରେ ହାତୀଟିର ମୃତ୍ୟୁ ହୋଇଥିଲା। ମୃତ ହାତୀଟିର ବୟସ ପାଖାପାଖି ୭୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଡିଏଫୋ ପହଞ୍ଚିଛନ୍ତି। ଆଜି ଏକ ଡାକ୍ତରୀ ଦଳ ପହଞ୍ଚି ହାତୀଟିର ମୃତଦେହ ବ୍ୟବଚ୍ଛେଦ କରିବେ ବୋଲି ଜଣା ପଡିଛି।

Leave A Reply