ହାତୀ ଆକ୍ରମଣରେ ଜଣେ ମୃତ

0

ବରଗଡ: ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ବରଗଡ ଜିଲା ପଦ୍ମପୁର କନ୍ଦାଡଙ୍ଗ ଗ୍ରାମର ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ଧାନ ଖଳା ଜଗିଥିବା ବେଳେ ହାତୀ ପଶି ଆସିଥିଲେ। ହାତୀ ଘଉଡାଇବାକୁ ଚେଷ୍ଟା କରିବା ସମୟରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ପୁଲିସ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply