ହାତୀ ଭାଙ୍ଗିଲା ଘର

0

କଲାମପୁର: କଳାହାଣ୍ଡି ଜିଲା କଲାମପୁର ବ୍ଲକ୍‍ ଅନ୍ତର୍ଗତ କାଡିଛୁଅାଁ ଗ୍ରାମରେ ହାତୀ ଉପଦ୍ରବରେ ଏକ ବାସଗୃହ ଭାଙ୍ଗିବା ସହିତ ମକା କ୍ଷେତ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାମର ଗୁଡ଼ିପଡ଼ା ଅଞ୍ଚଳ ବାସିନ୍ଦା ରାଜେନ୍ଦ୍ର ମାଝୀଙ୍କ ଅଭିଯୋଗ ଅନୁଯାୟୀ, ରାତି ପ୍ରାୟ ୧୧ଟା ବେଳେ ଏକ ବଣୁଆ ହାତୀ ତାଙ୍କ ଘର ଉପରେ ଆକ୍ରମଣ କରିଥିଲା। ଏଥିରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ଘର କାନ୍ଥ ଭାଙ୍ଗି ଯାଇଛି। ଏହାପରେ ଉତ୍ତ୍ୟକ୍ତ ହାତୀ ରାଜେନ୍ଦ୍ରଙ୍କ ମକା କ୍ଷେତକୁ ଦଳି ଚକଟି ନଷ୍ଟ କରିଦେଇଛି।

Leave A Reply