ଆହତ ହାତୀର ଚିକିତ୍ସା ଜାରି

0

କଙ୍କଡ଼ାହାଡ଼ : ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଗଡ଼ପଳାଶୁଣି ଗ୍ରାମର ଟାଙ୍ଗିରି ଗ୍ରାମ ଜଙ୍ଗଲରେ ଆହତ ଦନ୍ତା ହାତୀର ଚିକିତ୍ସା ଚାଲିଛି। ଭୁବନେଶ୍ୱର ଓ.ୟୁ.ଟି ସ୍ଥିତ ପ୍ରାଣୀ ଚିକିତ୍ସକ ହାତୀକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା ଜାରି ରଖିଛନ୍ତି। ସୂଚନା ଅନୁଯାୟୀ, ହାତୀଟି ୧୦ ଦିନ ତଳେ କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ବିମଳା ବିଭାଗ ଅଞ୍ଚଳରୁ ଗୁଳି ବିଦ୍ଧ ହୋଇଛି ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ହାତୀ ଦାନ୍ତ ଶିକାରୀ ଏହି କାଣ୍ଡ କରିଛନ୍ତି ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡ଼ିଛି।

Leave A Reply