କୂଅରେ ପଡି ରହିଛି ଦନ୍ତା ହାତୀ, ଉଦ୍ଧାର କାର୍ଯ୍ୟ ଜାରି

0

ଢେଙ୍କାନାଳ: ଏକ ଦନ୍ତାହାତୀ ସଦର ରେଞ୍ଜ ମହିଧର ପୁର ଗ୍ରାମ ନିକଟ ଜଙ୍ଗଲର ଏକ ପରିତ୍ୱକ୍ତ କୂଅରେ ପଡିଛି । ଗତକାଲି ବିଳମ୍ବିତ ରାତିରୁ କୂଅ ମଧ୍ୟରେ ପଡ଼ିଥିବାର ଜଣାଯାଇଛି । ବହୁ ବିଳମ୍ବ ପର ବନକର୍ମଚାରୀ ପହଞ୍ଚି ହାତୀକୁ ଉଦ୍ଧାର ପାଇଁ ପକ୍ରିୟା ଆରମ୍ଭ କରିଛନ୍ତି । ନିକଟରେ ଢେଙ୍କାନାଳ ଜିଲାରେ ୭ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଗଜରାଜ ସୁରକ୍ଷିତ ନ ଥିବା ଏବଂ ବନ ବିଭାଗ ହାତୀ ମାନଙ୍କର ଗତିବିଧି ଉପରେ ନଜର ନ ରଖିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ କିଛି ଦିନ ହେବ ଏହି ଅଞ୍ଚଳରେ ହାତୀ ମାନଙ୍କର ଉପଦ୍ରବ ଯୋଗୁଁ ଧାନ ଫସଲ ନଷ୍ଟ କରୁଥିବାରୁ ଲୋକମାନେ ବନ ବିଭାଗକୁ ଜଣାଉଥିଲେ ମଧ୍ୟ ବନ ବିଭାଗ ଖାମଖିଆଲି ନିତି ଯୋଗୁଁ ଘଟଣାସ୍ଥଳରେ ଉତ୍ତେଜନ ଦେଖା ଦେଇଥିଲା ।

Leave A Reply