ହାତୀ ଆକ୍ରମଣରେ ଜଣେ ମୃତ

0

ରାଉରକେଲା: ରାଉରକେଲା ନୂଆଗାଁ ରେଞ୍ଜରେ ପୁଣି ହାତୀ ଆତଙ୍କ। ଅଙ୍କୁରପାଲ୍ଲୀ ପଞ୍ଚାୟତର ଲାଙ୍କୋଇ ଗାଁରେ ସୋମବାର ବିଳମ୍ବିତ ରାତିରେ ୨ଟି ଦନ୍ତା ହାତୀ ପଶିଥିଲେ।  ଗାଁ ଲୋକ ନିଆଁ ହୁଳା ଦେଖାଇ ଏବଂ ବାଜା ବଜାଇ ହାତୀପଲକୁ ଘଉଡାଇ ଦେଇଥିଲେ। ତେବେ ସେହି ଗାଁର ମହେଶ ଲୁଗୁନ ବିଲରେ ଲଗେଇଥିବା ମକ୍କା ଏବଂ ଜହ୍ନିକୁ ଦେଖିବାକୁ ଯାଇଥିଲେ। ଏହି ସମୟରେ ସେଠାରେ ମକ୍କା ଖାଉଥିବା ୨ଟି ହାତୀ  ମହେଶଙ୍କୁ ଆକ୍ରମଣ କରିଥିଲା। ମହେଶଙ୍କୁ ତଳେ କଚାଡି ଦଳି ମାରି ଦେଇଥିଲେ। ଘଟଣାସ୍ଥଳରେ ହିଁ ମହେଶଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗ ଏବଂ ହାତୀବାଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

Leave A Reply