ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

0

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗୁଡ୍ରିଗୁଡା ଗାଁରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ମୋହନା ପଞ୍ଚାୟତ ଅଧୀନସ୍ଥ ଟେଣାମା ଗ୍ରାମର ଅବନୀ ମଲ୍ଲିକ(୨୧)। ଏହି ଖବର ପାଇ ମୋହନା ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇଥିବା ଜଣାପଡିଛି। ମିଳିଥିବା ସୂଚନାଅନୁସାରେ ଅବନୀ ଗୁଡ୍ରିଗୁଡାରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାମ ଦେଖୁଥିଲେ। ପରେ ଘରକାମ ପାଇଁ ପାଣି ଛାଡିବାକୁ ବିଦ୍ୟୁତ ମୋଟର ଲଗାଇଥିଲେ। ମୋଟରରେ ପାଣି ନ ଆସିବାରୁ ମୋଟର ମରାମତି କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଷ୍ପରେ ଆସି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ନିଲିପ୍ତା ନାୟକ ଅବନୀକୁ ମୃତ ଘୋଷଣା କରିଥିଲେ।

Leave A Reply