ମୋହନା ରାଜନୀତି ସରଗରମ, କିଏ ହେବ ବିଜେପି ପ୍ରାର୍ଥୀ?

0

ମୋହନା: ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀର ରାଜନୀତି ଦିନକୁ ଦିନ ସରଗରମ ହେବାରେ ଲାଗିଛି। ବିଜେଡ଼ିରୁ ପୂର୍ଣ୍ଣବାସୀ ନାୟକ ଓ କଂଗ୍ରେସରୁ ଦାସରଥି ଗମାଙ୍ଗଙ୍କ ନାମ ଘୋଷଣା ସରିଥିବା ବେଳେ ବିଜେପିର ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଚୟନ ହୋଇପାରିନାହିଁ। ବିଜେପିରୁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ମୋହନା ବ୍ଲକ୍‍ର ପୂର୍ବତନ ଚେୟାରମ୍ୟାନ୍‍ ତଥା ବିଜେପି ଜିଲ୍ଲା ଉପସଭାପତି ପ୍ରଶାନ୍ତ ମଲ୍ଲିକ, ମହେନ୍ଦ୍ରଗଡ଼ ସରପଞ୍ଚ ବୀରଭାସ୍କର ପାଇକ ଓ ପୂର୍ବତନ ରାମଗିିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଭରତ ପାଇକଙ୍କ ନାମ ରହିଥିବା ଶୁଣିବାକୁ ମିଳୁଛି। କାହା ମୁଣ୍ଡରେ ହାତୀ ସୁନା କଳସୀ ଢ଼ାଳିବ, ତାହା ଦେଖିବାକୁ ଅଞ୍ଚଳବାସୀ ଚାହିଁ ରହିଛନ୍ତି। ପୂର୍ବତନ ବିଧାୟକ ଭରତ ପାଇକଙ୍କୁ ପଚାରିବାରୁ ସେ ଦିନେ ଦୁଇ ଦିନ ଭିତରେ ସବୁକିଛି ଜଣାପଡ଼ିବ ବୋଲି କହିଛନ୍ତି। ଅପରପକ୍ଷେ ବିଜେଡ଼ି ଟିକଟରୁ ବଞ୍ଚିତ ହୋଇଥିବା ମୋହନା ବିଧାୟିକା ସୁଶ୍ରୀ ବାସନ୍ତୀ ମଲ୍ଲିକ କହିଛନ୍ତି ଯେ, ସେ ମୋହନା ନିର୍ବାଚନ ମଣ୍ଡଳୀର ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ସଂଗଠନକୁ ଦୃଢ଼ କରିବା ଓ ଅଞ୍ଚଳବାସୀଙ୍କ ସୁଖ ଦୁଃଖରେ ଭାଗି ହେବା କାର୍ଯ୍ୟରେ ସଂଶ୍ଲିଷ୍ଟ ହେବାରେ ନିୟୋଜିତ ଥିବା ବେଳେ ତାଙ୍କୁ ଟିକଟରୁ ବଞ୍ଚିତ କରିବା ଦୁଃଖ ଦେଇଛି ବୋଲି କହିଛନ୍ତି। ଆଗାମୀ ଦିନେ ଦୁଇଦିନ ମଧ୍ୟରେ କର୍ମୀମାନଙ୍କ ସହିତ ଆଲୋଚନା କରି ସେ ନିଜର କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି କହିଛନ୍ତି।

Leave A Reply