ଗରମଦିନେ ଅଣ୍ଡା ଖାଇଲେ ଶରୀର ଉପରେ ପଡେ ନାହିଁ କୁପ୍ରଭାବ !

0

ଧାରଣ ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କ ଧାରଣା ଯେ ଗରମ ଦିନେ ଅଣ୍ଡା ଖାଇଲେ ପେଟ ଖରାପ ହେବା ସହ ତାହା ଠିକ୍ ଭାବେ ହଜମ ହୋଇନଥାଏ। ଏଣୁ ଶୀତଋତୁରେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ। ଦିଲ୍ଲୀସ୍ଥିତ ନାମକରା ଚିକିତ୍ସାଳୟର ଖାଦ୍ୟ ବିଶେଷଜ୍ଞ ଜିତେନ୍ ଆହୁଜା ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ପ୍ରକାଶ କରିଛନ୍ତି।

ପୋଷକତତ୍ତ୍ବ ଭରପୂର ଅଣ୍ଡା ଆବଶ୍ୟକ ପରିମାଣରେ ଖାଇଲେ ସ୍ବାସ୍ଥ୍ୟ ପାଇଁ ଆଦୌ ହାନିକାରକ ନୁହେଁ ବୋଲି ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିଛି। ଅଣ୍ଡା ଏକ ଗରମ ଖାଦ୍ୟ ବୋଲି ତାହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ, ଏହି ଧାରଣା ଅଧିକାଂଶଙ୍କ ମନରେ ରହିଛି। ୧୦୦ ଗ୍ରାମ୍ ସିଝା ଅଣ୍ଡାରେ ଭିଟାମିନ୍ ଏ ୧୦%, ଭିଟାମିନ୍ ଡି ୨%, ମ୍ୟାଗ୍ନେସିୟମ୍ ୨%, ଲୌହ ୬%, ପ୍ରୋଟିନ୍ ୧୩ ଗ୍ରାମ୍ ଥାଏ।

ସକାଳ ଜଳଖିଆରେ ଅଣ୍ଡା ଖାଇବା ସବୁଠୁ ଉତ୍ତମ। ଗର୍ଭାବସ୍ଥା ସମୟରେ ଓ ପ୍ରସବ ପରେ ମହିଳାମାନେ ଅଣ୍ଡା ଖାଇବା ନିତାନ୍ତ ଜରୁରୀ। ଅନ୍ତତଃ ସପ୍ତାହକୁ ୨-୩ଥର ଅଣ୍ଡା ଖାଇଲେ ଶରୀରକୁ ଥକ୍କା ଲାଗେନାହିଁ।

ସମସ୍ତ ବର୍ଗର ଲୋକେ ଅଣ୍ଡା ଖାଇପାରିବେ। ପିଲାଠାରୁ ବୟସ୍କ ସମସ୍ତଙ୍କ ପାଇଁ ଏହା ଏକ ପୋଷକତତ୍ତ୍ବ ଭରପୂର ଖାଦ୍ୟ ଅଟେ। ତେବେ ଗରମ ଦିନ ହେଉ କିମ୍ବା ଥଣ୍ଡା ଦିନ, ସମସ୍ତ ଋତୁରେ ଆବଶ୍ୟକ ପରିମାଣରେ ଅଣ୍ଡା ଖାଇବା ଉଚିତ। ଅତି ବେଶୀରେ ଦିନକୁ ୨ଟି ଅଣ୍ଡା ଖାଇବା ଉଚିତ। ଏହା ସ୍ବାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପକାଏ ନାହିଁ। ଅଧିକ ପରିମାଣରେ ଅଣ୍ଡା ଖାଇଲେ ବଦହଜମ ହେବା ସହ ଅନ୍ୟାନ୍ୟ ଅସୁବିଧା ଉପୁଜିବା ସ୍ବାଭାବିକ।

Leave A Reply