ଖାଲି ମାଗଣା ଉପହାର ନୁହେଁ, ଦୃଢ଼ ନୀତିଗତ ନିଷ୍ପତ୍ତି ବି ଲୋଡ଼ା

0

ସତ୍ୟନାରାୟଣ ମହାନ୍ତି

ଏହି ନିର୍ବାଚନୀ ଋତୁରେ କୃଷି ସହାୟତା ନାମରେ ସହଜ ଅର୍ଥ ଯୋଗାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ସର୍ବନିମ୍ନ ସହାୟତା ଦରରେ ବୃଦ୍ଧି ଏବଂ ଋଣଛାଡ଼ ବାବଦ ପରିମାଣ ଏକରୁ ପାଞ୍ଚ ଟ୍ରିଲିଅନ ଟଙ୍କା ହେବ ଏବଂ ଏହା ନିର୍ବାଚନ ଇସ୍ତାହାରରେ ପ୍ରତିଫଳିତ ହେବାକୁ ବାଧ୍ୟ।
ଆପୋଷ ନିଷ୍ପତ୍ତିକୁ ଛାଡ଼ି ସବୁ ହାତଟେକା ସବସିଡି ବ୍ୟବସ୍ଥା ଥରେ ଲାଗୁ ହୋଇଗଲା ପରେ ତାକୁ ପୁଣି ବନ୍ଦ କରିଦେବା କଷ୍ଟକର ବ୍ୟାପାର। ଭାରତରେ କୃଷିକୁ ସମୃଦ୍ଧ କରିବା ସକାଶେ ବ୍ୟବସ୍ଥାଭିତ୍ତିକ ସମସ୍ୟାର ସମାଧାନ ନକରି ଏହିସବୁ ପଦକ୍ଷେପ ନେଲେ, ନିଶ୍ଚିତ ସମାଲୋଚନାର ଶିକାର ହେବାକୁ ପଡ଼ିବ।
କୃଷି କ୍ଷେତ୍ରରେ ତ ଏପରି ଛୋଟଛୋଟ ପରିମାଣର ଅନୁବାଦ ଏବଂ ସୁରକ୍ଷାଭିତ୍ତିକ ବ୍ୟବସ୍ଥା ନରଖି ଏଥିରେ ଢ଼ାଞ୍ଚାଗତ ସୁଧାର ହେବା ଆବଶ୍ୟକ।
ସମସ୍ୟାଗୁଡ଼ିକ ଅତି ସ୍ପଷ୍ଟ। ଆମେ ଆମର ବଳକା ଉତ୍ପାଦଗୁଡ଼ିକୁ କେଉଁଭଳି ବ୍ୟବହାର କରୁ? ଆମେ ବଜାର ଦରର ଅସ୍ଥିରତା ନ୍ୟୂନକରି ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଉପଯୁକ୍ତ ମୂଲ୍ୟଦେଉ କି? ୮୦ ଶତାଂଶ ଗରିବ ଚାଷୀମାନଙ୍କର ରୋଜଗାରରେ କିପରି ଉନ୍ନତି ଆଣିପାରିବୁ, ଭାବିଚୁ କି?
ଏ ପ୍ରକାର ପାଗଳାମୀ ଲାଗି ଗୋଟିଏ ବାଟ ଖୋଜିବା ଦରକାର। ଏହି ଅନିୟନ୍ତ୍ରିତ ହାତଟେକା ବଡ଼ ଓ ସଂଘବଦ୍ଧ ଚାଷୀମାନଙ୍କୁ ହିଁ ସାହାଯ୍ୟ କରେ। ୧୨୬ ମିଲିୟନ ଚାଷୀମାନଙ୍କ ମଧ୍ୟରେ ୮୫% କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀ (୮୭% ଚାଷୀ) ସମୁଦାୟ ଜମିର ୪୪% ମାତ୍ର ୮ ଶତାଂଶ ବଡ଼ ଚାଷୀମାନଙ୍କ ପାଖରେ ଥାଏ।
ସମସ୍ତଙ୍କ ନିକଟରେ ପହଞ୍ଚି ପାରିଥିବା ସତ୍ତ୍ବେ ତେଲଙ୍ଗାନାର ରୟତବନ୍ଧୁ ଯୋଜନା ସମାଲୋଚିତ ହୋଇଛି ଯେ ଏହା କେବଳ ବଡ଼ ଚାଷୀମାନଙ୍କର ହିତ ସାଧନ କରୁଛି। କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ମଧ୍ୟରୁ ୬୫% ଚାଷୀ ବ୍ୟାଙ୍କରୁ ଋଣ କରନ୍ତି ନାହିଁ। ସେମାନେ ଯଦି ଋଣ କରନ୍ତି ମହାଜନମାନଙ୍କ ନିକଟରୁ ନିଅନ୍ତି। ୨୬% କ୍ଷୁଦ୍ରଚାଷୀ ଏବଂ ୧୪% ନାମକୁ ମାତ୍ର ଚାଷୀ ବ୍ୟାଙ୍କ ଋଣ ନିଅନ୍ତି। ଏଭଳି ସମସ୍ୟାର ସହଜ ସମାଧାନଟିଏ ମଧ୍ୟ ଅଛି। ଋଣଛାଡ଼ ରାଶିର ​‌େ​‌ଗାଟିଏ ମଧ୍ୟମ ପରିମାଣ ଧାର୍ଯ୍ୟ କରାଯାଇ ତାହାକୁ ସିଧାସଳଖ ହସ୍ତାନ୍ତର କରାଯାଇପାରିବ।
ଏହି ସବୁ ନିୟନ୍ତ୍ରଣର ସୀମା ସହିତ ଅନୁଦାନ ଦିଆଗଲେ ତାହା ଆର୍ଥିକ ଅବକ୍ଷୟ ରୋକିବା ସହିତ ବ୍ୟବସ୍ଥାକୁ ସ୍ଥାଣୁ ହେବାରୁ ରକ୍ଷା କରିହେବ। ଋଣ ସମ୍ବନ୍ଧୀୟ ଅସୁବିଧା ତଥା ଋଣ ପାଇବାରେ ସୁବିଧା ସକାଶେ ମହାଜନମାନଙ୍କୁ ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ଭାବରେ ଚିହ୍ନଟକରି ସେମାନଙ୍କୁ ବ୍ୟାଙ୍କ ହାରଠାରୁ ୫ ଶତାଂଶ ଅଧିକ ସୁଧ ଗ୍ରହଣ କରିବାକୁ ଅନୁମତି ଦିଆଯିବା ଆବଶ୍ୟକ।
ସର୍ବନିମ୍ନ ସହାୟକ ମୂଲ୍ୟ ସମସ୍ୟା ଏବଂ ଚାଷୀମାନେ ସମାନ ନ୍ୟାୟ ପାଇବା ଦୁଇଟାଯାକ ଅଲଗାଅଲଗା କଥା। ଶସ୍ୟର ସହାୟକ ମୂଲ୍ୟ ଅଳ୍ପ ଚାଷୀଙ୍କୁ ସାମିଲ କରେ। ଧାନ ଓ ଗହମ ସଂଗ୍ରହ ବଜାର ନିୟନ୍ତ୍ରଣ କରି ମୋଟେ ୬ ଶତାଂଶ ଚାଷୀଙ୍କୁ ନେଲେ ମଧ୍ୟ ଆମେ ଗୋଦାମରେ ୩୧ ମିଲିଅନ ଟନ୍‌ ରଖିବା ସ୍ଥାନରେ ୬୯ ମିଲିଅନ ଟନ୍‌ ସଂଗ୍ରହ କରିଥାଉ। ଚାଷୀମାନଙ୍କୁ ଶସ୍ୟଭିତ୍ତିକ ଫସଲ ଭିନ୍ନ ଅନ୍ୟ ଫସଲ ଚାଷ କରିବାକୁ ପ୍ରୋତ୍ସାହିତ କରିବା ଦ୍ବାରା ସଂଗ୍ରହର ପରିମାଣ ନିୟନ୍ତ୍ରଣ କରିହେବ। କୃଷିଜାତ ଦ୍ରବ୍ୟ ସଂଗ୍ରହ କାର୍ଯ୍ୟକୁ ଚାଷୀମାନଙ୍କ ପାଇଁ ସର୍ବାଧିକ ଦଶ ଏକର ଜମିରେ ସୀମିତ ରଖିପାରିବାରେ ହିଁ ଏକ ସହଜ ପ୍ରକ୍ରିୟାଟି ଆରମ୍ଭ କରାଯାଇପାରିବ। ବିକ୍ରିବଟାରେ ବିଭିନ୍ନସ୍ତରର ମଧ୍ୟସ୍ଥତା ଯୋଗୁଁ ଚାଷୀମାନଙ୍କ ହାତକୁ କମ୍‌ ମୂଲ୍ୟ ଆସେ, ଯଦି ସେମାନଙ୍କ ଉତ୍ପାଦ ସିଧାସଳଖ ଖାଉଟିମାନଙ୍କୁ ବିକ୍ରି କରାଯାଇ ପାରୁଥାନ୍ତା ଏବଂ ରିଟେଲ୍‌ ଚେନ୍‌ ଓ ବଡ଼ ଧରଣର ସଂଗ୍ରହକାରୀମାନଙ୍କୁର ଅଧିକ ମୂଲ୍ୟ ମିଳିପାରନ୍ତା। ସେଇଥିପାଇଁ ସରକାର ସିଧା ଉତ୍ପାଦ ସଂଗ୍ରହ କରୁଥିବା କଥାଟା ଏତେ ଲୋକପ୍ରିୟ, କିନ୍ତୁ ବଜାର ସହିତ କୃଷିଜାତ ଦ୍ରବ୍ୟ ବିପଣନ ନିୟମ ଏପିଏମ୍‌ସି ଆକ୍ଟର ଫାଶ ବି ​‌େଖାଲିବା ଆବଶ୍ୟକ। ଚାଷୀମାନଙ୍କ ନିକଟରେ ବିକଳ୍ପ ଥିଲେ ସେମାନଙ୍କର ଲାଭ ହୁଏ। କମିସନ ପରିମାଣ ମିଶାଇଦେଲେ ଫଳ ଓ ପନିିପରିବା କ୍ଷେତ୍ରରେ ତାହା ଖାଉଟି ଦରର ଅଧା, ଏପରିକି ଦୁଇ-ତୃତୀୟାଂଶ ଯାଏ ହୋଇପାରେ।
ଢ଼ାଞ୍ଚାଗତ ସମସ୍ୟା- ଗୋଟିଏ ଦୃଷ୍ଟିରେ ଦେଖିବାକୁ ଗଲେ ଭାରତରେ କୃଷି-ସମସ୍ୟା ଏବଂ ନିଯକ୍ତି ସମସ୍ୟା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବପରି​। କୃଷି କ୍ଷେତ୍ରରେ ଅନେକ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ବେରୋଜଗାର ଭାବରେ ଦେଖାଯିବାର ନଜିର ଅଛି। ଅଣ କୃଷିକ୍ଷେତ୍ରରୁ ହେଉଥିବା ଉପାର୍ଜନ ଏସବୁ ଲୁକ୍‌କାୟିତ ନିଯୁକ୍ତି ସମସ୍ୟା ବିରୋଧରେ ଆତ୍ମରକ୍ଷାର ଉପାୟ ଥାଏ।
କୃଷିଭିତ୍ତିକ ଶିଳ୍ପ ​‌େ​‌କ୍ଷତ୍ରରେ ଏକଥା ସ୍ପଷ୍ଟ ଦେଖିହୁଏ। ସେଠାରେ ମିଳୁଥିବା ନିଯୁକ୍ତି ଏବଂ ଆୟ-କୃଷି-ବିପତ୍ତିରୁ ବଞ୍ଚିବାର ଗୋଟିଏ ବାଟ ହୋଇପାରେ, କିନ୍ତୁ ଏହା ସହଜ ନୁହେଁ। ଗ୍ରାମାଞ୍ଚଳରେ କୃଷି ପ୍ରକ୍ରିୟାକରଣ, ମାନ ନିର୍ଦ୍ଧାରଣ ଏବଂ ବଜାରୀକରଣ ତଥା ଗୋଦାମରେ ସଂରକ୍ଷଣ କ୍ଷେତ୍ରରେ ପୁଞ୍ଜିଲଗାଣକୁ ଘରୋଇଭାବେ କିମ୍ବା ଘରୋଇ ଭାଗୀଦାରିରେ ପ୍ରୋତ୍ସାହିତ କରାଯିବା ଉଚିତ। ଏହା କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରିବା ସହିତ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ।
କୃଷିବ୍ୟବସ୍ଥାରେ କ୍ରେଡିଟ୍‌ କ୍ୟାପିଟାଲ, ବୈଷୟିକ ଜ୍ଞାନ ସହିତ ଉତ୍ପାଦନ ମାତ୍ରାର ଆବଶ୍ୟକତା ଥିଲାବେଳେ ଏହି ଜମିବାଡ଼ି ଯଦି ପୃଥକପୃଥକ ଭାବେ ରହିବା ଏହାର ବିରୋଧରେ କାମକରେ ଏବଂ କ୍ଷୁଦ୍ରଚାଷୀ ଆବଶ୍ୟକ ଜିନିଷପତ୍ର କିଣିବା ତଥା ଉତ୍ପାଦ ବିକ୍ରି ଲାଗି ଉପଯୁକ୍ତ ବଜାର ପାଏନାହିଁ। ଜମିଜମା କାଗଜପତ୍ର ଖୁବ୍‌ ପୁରୁଣା ଏବଂ ତାହାର କାର୍ଯ୍ୟକାରିତା ପ୍ରାୟ ନାହିଁ। ଚକବନ୍ଦୀ କରିବାର ଉଦ୍ୟମ ବହୁ ବିରୋଧର ସାମ୍ନା କରିଛି। ଭାଗଚାଷୀଙ୍କୁ ଆଇନ ଅସିଦ୍ଧ କଲାପରେ ମୌଖିକ ଭାବେ ଲୁଚାଚୋରାରେ ଭାଗଚାଷ ଦିଆଯାଉଛି।
ଯଦି ଚାଷକୁ ବାଟ ଦିଆଯିବା କଥା, ତାହାହେଲେ ତହସିଲ ଅଫିସ ଜରିଆରେ ସରକାର ଏହାର ତଦାରଖ ଭାର ନିଅନ୍ତୁ। ଏପରି ହେଲେ ଅଣକୃଷି କ୍ଷେତ୍ର ଲାଗି ଉପଯୁକ୍ତ ଲୋକମାନେ ମଧ୍ୟ ନିର୍ଭୟରେ ଏ କ୍ଷେତ୍ରକୁ ଆସିବେ। ଏହା ଘରୋଇ ନିବେଶକାରୀ ଚାଷକୁ ଅଧିକ ଫଳପ୍ରଦ କରାଯାଇପାରିବେ। ଏପରିକି ଭାଗଚାଷୀମାନେ ମଧ୍ୟ ଦୀର୍ଘ ମିଆଦୀ ଲିଜ, ଏହାକୁ ଉଦ୍ୟୋଗ ଭାବେ ନେବେ ଓ କୃଷିର ବାତାବରଣକୁ ବଦଳାଇ ପାରିବେ।
ସବସିଡି ବିଷୟରେ କ’ଣ କରାଯିବ-
ଜଳ, ବିଜୁଳି ଆଉ ସାରରେ ଦେବାରେ ଅର୍ଥ, ବ୍ରେକ୍‌କୁ ଭୁଲି ଏକ୍ସଲେଟର ଦବାଇଦେବା କଥା। ମୋଟାମୋଟି କହିବାକୁ ଗଲେ ସବସିଡି କେବଳ ପ୍ରଗତିର ପରିପନ୍ଥୀ ନୁହେଁ, ଏହା ଅର୍ଥନୈତିକ ବୋଝ ମଧ୍ୟ। ଏହା ଅଧିକ ଖର୍ଚ୍ଚ ଏବଂ ଅପଚୟକୁ ଉତ୍ସାହିତ କରେ।
କ’ଣ କରାଯିବା ଉଚିତ-
ଜଳଲାଗି ଗୋଟିଏ ମୋଟାମୋଟି ଦର ନିଆଯାଉଥିବାରୁ କେତେକ ଯୋଜନାରେ ଜଳର ଉପଯୁକ୍ତ ବିନିଯୋଗ ହୋଇପାରେ ନାହିଁ। ଏହା ୪୦ ପ୍ରତିଶତରୁ ବି କମ୍‌ ହୋଇଥାଏ। ଜଳ ବାବଦ ଦେୟ ସହିତ ଓ ପରିଚାଳନା ତଥା ରକ୍ଷଣାବେକ୍ଷଣ ଖର୍ଚ୍ଚ ନିଆଯାଇ ନଥାଏ, ଯାହାଦ୍ବାରା ମରାମତି ଓ ଉନ୍ନତିକରଣ ବାଧାପ୍ରାପ୍ତ ହୁଏ ଏବଂ ଶେଷରେ ଏହାର କାର୍ଯ୍ୟକ୍ଷମତା କମିଯାଏ। ତେଣୁ ନିର୍ମାଣ ଉପରେ ନୁହେଁ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବ ଦିଆଯାଇ ସବସିଡିର ପୁନର୍ବିନ୍ୟାସ ଆବଶ୍ୟକ।
ବିଜୁଳି କ୍ଷେତ୍ରରେ ମଧ୍ୟ ସବସିଡି ସ୍ଥିତି ଚିନ୍ତାଜନକ। ଜଳ ନଥିବା ଅଞ୍ଚଳରେ ଅଧିକ ଜଳ ଆବଶ୍ୟକ କରୁଥିବା ଫସଲ କରି ଭୂତଳ ଜଳର ବହୁଳ ବ୍ୟବହାର ହେଉଛି।
ଖର୍ଚ୍ଚ ଅନୁରୂପ ଦେୟ ନିଆନଯାଇ ମୋଟାମୋଟି ଗୋଟିଏ ଫ୍ଲାଟ୍‌ ହିସାବରେ ଯେତେଇଚ୍ଛା ସେତେ ଜଳ ଏବଂ ବିଦ୍ୟୁତ୍‌ ବ୍ୟବହାର କରିବାକୁ ଦିଆଯିବାଟା ମାଗଣା ପ୍ରାୟ ହୋଇଥାଏ। ଏହା ଫଳରେ ଚାଷୀମାନେ ଚାଷ ବଦଳାଇ ଦିଅନ୍ତି ଓ ବିଦ୍ୟୁତ୍‌ ଉପଯୋଗ ସେମାନଙ୍କର ଦୁର୍ବଳତାକୁ ଘୋଡ଼ାଇଦିଏ। କୃଷି ସକାଶେ ଦିଆଯାଉଥିବା ବିଜୁଳି ସଂଯୋଗକୁ ତିନି ଫେଜ୍‌ବାଲା ପୃଥକ ଫିଡର ଯୋଗାଣ ବ୍ୟବସ୍ଥା କରି ମିଟର ସଂଯୋଗ କଲେ ଚାଷୀମାନଙ୍କ ଦ୍ବାରା ଏହାର ଦୁରୁପଯୋଗ ରୋକାଯାଇ ପାରିବ ଏବଂ ବିଦ୍ୟୁତ ଯୋଗାଣ ବିଭାଗର ଅପାରଗତା ଧରି କାର୍ଯ୍ୟାନୁଷ୍ଠାନ କରି​‌େ​‌ହବ।
ଶେଷକୁ ସାର ସବ୍‌ସିଡି ଯୋଗୁଁ ସାର କମ୍ପାନୀଗୁଡ଼ିକର ଲାଭ ବଢ଼ିବଢ଼ି ଯାଉଛି। ୟୁରିଆରେ ଅଧିକ ସବ୍‌ସିଡି ମିଳୁଥିବାର ବହୁ ଜମିର କିସମ ଯାହା ହୋଇଥାଉନା କାହିଁକି ଏହାର ବହୁଳ ବ୍ୟବହାର ହେଉଛି। ଫସ୍‌ଫରସ୍‌ ଏବଂ ପଟାସ ବ୍ୟବହାର ହେଉନାହିଁ। ସାରର ଉପଯୁକ୍ତ ବିନିଯୋଗ ଖର୍ଚ୍ଚ କମାଇବା ସହିତ ଉତ୍ପାଦ ବଢ଼ାଇଥାଏ। ସାରର ଅତ୍ୟଧିକ ବ୍ୟବହାର ଉତ୍ପାଦ କମାଇଥାଏ।
ନାଇଟ୍ରୋଜେନ୍‌ ସାରର ଅତ୍ୟଧିକ ଉପଯୋଗ ଲାଗି ଅମଳ କମିକମିଯାଏ। ଯଦି ସବସିଡି ବ୍ୟବସ୍ଥା ଚାଲୁରଖାଯିବ ତା’ହେଲେ ସବସିଡି ଲାଗି ସିଧାସଳଖ ହିତାଧିକାରୀଙ୍କୁ ଦିଆଯାଉ ଏବଂ ସାରର ସୁଷମ ଉପଯୋଗକୁ ଉତ୍ସାହିତ କରାଯାଉ, କିନ୍ତୁ ଭାରତ ଏ ବିଷୟରେ ତତ୍ପର ହେବ ନା ଗୋଟିଏ ନରମା ଦେଶ ହିସାବରେ ନିଜର ଖ୍ୟାତି ବଜାୟ ରଖିବ, ତାହା ବଡ଼ ପ୍ରଶ୍ନ।

Leave A Reply