ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ଇ-ନିଲାମୀ ଆରମ୍ଭ

0

ନୂଆଦଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ସମ୍ମାନଜନକ ଓ ସ୍ମରଣୀୟ ଉପହାରକୁ ଶନିବାର ଠାରୁ ପ୍ରଦର୍ଶନୀ ଓ ଇ-ନିଲାମୀ ଜରିଆରେ ବିକ୍ରି ଆରମ୍ଭ ହୋଇଛି। ଏହି ନିଲାମି ଅର୍ଥକୁ ଗଙ୍ଗା ପୁନରୁଦ୍ଧାର ପାଇଁ ଖର୍ଚ୍ଚ କରାଯିବ।
www.pmmementos.gov.in  ପୋର୍ଟାଲ୍‍ ଜରିଆରେ ନିଲାମୀ ପ୍ରକ୍ରିୟା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ​ତେବେ ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ଉପହାରଗୁଡ଼ିକର ଦ୍ୱିତୀୟ ଇ-ନିଲାମୀ। ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ମୋଟ୍‍ ୨, ୭୭୨ଟି ଉପହାର ମିଳିଛି। ଏହି ଉପହାରଗୁଡ଼ିକ ମଧ୍ୟରେ ତୈଳଚିତ୍ର, ସ୍ମାରକୀ ଓ
ପାରମ୍ପରିକ ବାଦ୍ୟଯନ୍ତ୍ର ଆଦି ରହିଛି। ବିଭିନ୍ନ ସଂଗଠନ ଓ ମୁଖ୍ୟମନ୍ତ୍ରୀମାନେ ଦେଇଥିବା ଏହି ଉପହାରଗୁଡ଼ିକ ନ୍ୟାସନାଲ୍‍ ଇନ୍‍ଫରମାଟିକ୍ସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନ୍‍ଲାଇନ୍‍ ପୋର୍ଟାଲ୍‍ ଜରିଆରେ ଆଜିଠାରୁ ନିଲାମ ମାଧ୍ୟମରେ ବିକ୍ରି ହେବ। ବର୍ତ୍ତମାନ ଏହି ଉପହାରଗୁଡ଼ିକ ନୂଆଦିଲ୍ଲୀର ରାଷ୍ଟ୍ରୀୟ ମଡର୍ଣ୍ଣ ଆର୍ଟ ଗ୍ୟାଲେରିରେ ରଖାଯାଇଛି। ଶ୍ରୀ ପଟେଲ୍‍ କହିଛନ୍ତି, ପ୍ରତି ଉପହାରଗୁଡ଼ିକର ମୂଳ ମୂଲ୍ୟ ୨୦୦ଟଙ୍କାରୁ ଅଢେଇ ଲକ୍ଷ ପର୍ଯ୍ୟନ୍ତ ରଖାଯାଇଛି। ଗତ ଜାନୁୟାରୀ ମାସରେ ପ୍ରଥମ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀଙ୍କର ୧ ହଜାର ୮ ଶହ ଉପହାରକୁ ନିଲାମୀ କରାଯାଇଥିଲା।

Leave A Reply