ଚାକିରି ଯିବା ଭୟରେ ମୃତହାତୀକୁ ପୋତିଦେଲେ ଫରେଷ୍ଟ ଗାର୍ଡ!

0

ଦ୍ୱାରଶୁଣି: ହାତୀ ମୃତ୍ୟୁ ପରେ ଚାକିରୀ ଚାଲିଯିବା ଭୟରେ ମୃତହାତୀକୁ ପୋତି ଦେଇ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ୍ ଶାରିଶୁଆ ବିଟ୍ ହାଉସ୍ ଅଧୀନ ରାଇ ପାହାଡ଼ରେ ଘଟିଛି । ସୂଚନା ଅନୁସାରେ ଏହି ଅଞ୍ଚଳରେ କାର୍ଯ୍ୟରତ ଥିବା ମହିଳା ଫରେଷ୍ଟ ଗାର୍ଡ ଅନିତା ସିଂ ଗାଁ ଲୋକଙ୍କ ସହାୟତାରେ ମୃତ ହାତୀଟିକୁ ପୋତି ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହି ଖବର ପାଇବା ପରେ ବାରିପଦା ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ଏସିଏଫ୍, ରେଞ୍ଜ୍ ଅଧିକାରୀ ଘଟଣା ସ୍ଥଳରେ ତଦନ୍ତ କରୁଛନ୍ତି।
ମାଟି ଭିତରୁ ମୃତ ହାତୀର ଦେହାବଶେଷ ବାହାର କରିବା ପରେ ତାର ବୟସ ଏବଂ ଲିଙ୍ଗ ଚିହ୍ନଟ ହେବ। ଅନ୍ୟପଟେ ମହିଳା ଫରେଷ୍ଟ ଗାର୍ଡଙ୍କୁ ଅଟକ ରଖି ଡିଏଫ୍ଓ ପଚରାଉଚୁରା କରୁଛନ୍ତି।

Leave A Reply