ପୋଖରୀରେ ବୁଡି ୨ ନାବାଳିକା ମୃତ

0

ଗଞ୍ଜାମ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ପେଣ୍ଡୁରାପଲ୍ଲି ଗାଁରେ ଅଭାବନୀୟ ଘଟଣା ଘଟି ଯାଇଛି । ଗାଁ ପୋଖରୀରେ ଗାଧେଇବାକୁ ଯାଇ ସଲୀଳ ସମାଧି ହୋଇଛନ୍ତି ଦୁଇ ନାବାଳିକା । ମୃତକ ଦୁଇଜଣ ହେଲେ ଗୋବିନ୍ଦ ପ୍ରଧାନଙ୍କ ଝିଅ ବିମଳା ପ୍ରଧାନ ଏବଂ ସନ୍ତୋଷ ଦଳାଇଙ୍କ ଝିଅ ଗାୟତ୍ରୀ ଦଳାଇ । ମୃତ ଗାୟତ୍ରୀ ପେଣ୍ଡୁରାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ରୀ ଥିବା ବେଳେ ବିମଳା ଲଂଗଳେସ୍ବର ଏମ୍ଇ ସ୍କୁଲର ୭ମ ଶ୍ରେଣୀ ଛାତ୍ରୀ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଆଜି ଉଭୟେ ନିଜ ଗାଁର  ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ପରେ ସୂଚନା ପାଇ ଗାଁର କିଛି ଯୁବକ ଉଭୟଙ୍କୁ ଉଦ୍ଧାର କରିଥିଲେ ହେଁ ସେତେବେଳକୁ ବିଳମ୍ବ ହୋଇଯାଇଥିଲା ଓ ଉଭୟଙ୍କ ପ୍ରାଣ ବାୟୁ ଉଡିଯାଇଥିଲା। ଭେଜିପୁଟ ଫାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply