ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ବିହାରରେ ୧୫ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

0

ପାଟଣା . – ବିହାରର ରାଜଧାନୀ ପାଟଣାରେ ଥିବା ମେଡିକାଲ କଲେଜ୍‌ ଓ ହସ୍‌ପିଟାଲରେ  ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିବାରୁ, ବିନା ଚିକିତ୍ସାରେ ୧୫ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  ଦାବି ପୂରଣ ପାଇଁ କନିଷ୍ଠ ଡାକ୍ତରମାନେ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି ।

ଏଥିଯୋଗୁଁ   ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି । ୩୦ରୁ ଅଧିକ ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର ହୋଇ ପାରିନାହିଁ । ଏହି କାରଣରୁ ୧୫ ଜଣ ରୋଗୀ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ଜଣେ ରୋଗୀଙ୍କର ସହାୟକ କନିଷ୍ଠ ଡାକ୍ତରଙ୍କୁ ମାଡ ମାରିବା ଅଭିଯୋଗ ହେବା ପରେ, ସୁରକ୍ଷା ଦାବିକରି ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ଜଣା ପଡିଛି ।

Leave A Reply