ଦୋକାନରୁ ମିଳିଲା ମାଲିକଙ୍କ ମୃତଦେହ  

0

ଝାରସୁଗୁଡା:  ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ୪୯ତମ ଜାତୀୟ ରାଜପଥ କଡ ବାବୁଡେରା ଛକ ନିକଟରେ ଦୋକାନ କରିଥିବା ବାବୁଡେରା ଗାଁର ରାଜେଶ ସାହୁଙ୍କ ମୃତଦେହ ଆଜି ସକାଳୁ ପୁଲିସ ଉଦ୍ଧାର କରିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ବାହାର ପଟୁ ଦୋକାନରେ ତାଲା ପଡିଥିବା ବେଳେ ରାଜେଶଙ୍କ ମୃତଦେହ ଉଦ୍ଧାର ହେବା ଘଟଣା କେହି ବ୍ୟକ୍ତି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ରେଙ୍ଗାଲି ପଉଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply